ଘର
ଭାରତ
ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ବଦଳୁଛି ପାଣିପାଗର ମିଜାଜ୍
ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ବଦଳୁଛି ପାଣିପାଗର ମିଜାଜ୍
by Smruti Parija
ଅର୍ଗସ ବ୍ୟୁରୋ: ଉତ୍ତର ଭାରତରେ ଶୀତର ଲହରୀ। ପ୍ରବଳ ଯାଡରେ ଆକ୍ତାମାକ୍ତା ଲୋକେ। ଜମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ, ଦିଲ୍ଲୀ, ପଞ୍ଜାବ, ରାଜସ୍ଥାନ, ହରିୟାଣା. ମଧ୍ୟପ୍ରଦେଶ , ଉତ୍ତରପ୍ରଦେଶରେ ପ୍ରବଳ ଶୀତର ଲହରୀ ଅନୁଭୁତ ହେଉଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଗାମୀ ୨ରୁ ୩ ଦିନ ଭିତରେ ପାରଦ ଆହୁରୀ ୨ରୁ ୩ ଡିଗ୍ରୀ ଖସିବାର ସମ୍ଭାବନା ରହିଛି ।
ଜମ୍ମୁ ଓ କାଶ୍ମୀରର ଅନେକ ସ୍ଥାନରେ ପାରଦ ଶୂନ ଡିଗ୍ରୀ ତଳକୁ ଖସି ଆସିଛି । ଶ୍ରୀନଗରରେ ତାପାମାତ୍ରା ମାଇନସ୍ ୩.୪ ଡିଗ୍ରୀ ରହିଛି । ଗୁଲମାର୍ଗରେ ମାଇନସ୍ ୪ ଓ ପେହେଲଗାଓଁରେ ମାଇନସ୍ ୫ ତାପାମାତ୍ରା ରେକର୍ଡ କରାଯାଇଛି । ସେପଟେ ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ବଦଳୁଛି ପାଣିପାଗର ମିଜାଜ୍। ପ୍ରବଳ ଶୀତ ପରେ କଲବଲ କରିବ ଅଦିନିଆ ବର୍ଷା। ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା। ୨୧ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା।