ସେ ଲେଖିଛନ୍ତି ଯେ, ଗତ କିଛି ଦିନ ମୋ ପାଇଁ ବହୁତ କଷ୍ଟକର ଥିଲା । ମୋ ପରିବାର ଏବଂ ମୋ ବିରୋଧରେ ଅନେକ ଅଭିଯୋଗ ରହିଛି । ମୋତେ ଟ୍ରୋଲ କରାଯାଇଛି । କେବଳ ମତେ ନୁହେଁ, ମୋ ପରିବାରକୁ ମଧ୍ୟ ଏଥିରେ ଟଣା ଯାଉଛି । ଏପର୍ଯ୍ୟନ୍ତ ଏହି ବିଷୟରେ ମୁଁ କୌଣସି ମନ୍ତବ୍ୟ ଦେଇ ନାହିଁ, ଭବିଷ୍ୟତରେ ମଧ୍ୟ ମୁଁ ତାହା କରିବି ନାହିଁ । କାରଣ ଏହି ମାମଲା ଏବେ କୋର୍ଟରେ ଅଛି । ତେଣୁ ଆପଣମାନେ ମୋ ବିଷୟରେ ଭୁଲ୍ ଖବର ଲେଖିବା ବନ୍ଦ କରନ୍ତୁ।’
କେବଳ ଏତିକି ନୁହେଁ, ଏହା ସହିତ ସେ ଏକଥା ମଧ୍ୟ କହିଛନ୍ତି ଯେ, ମୋତେ ଭାରତୀୟ ନ୍ୟାୟପାଳିକା ଏବଂ ମୁମ୍ବାଇ ପୁଲିସର ତଦନ୍ତ ଉପରେ ପୂର୍ଣ୍ଣ ଭରସା ଅଛି । ତେଣୁ ମୋର ଏବଂ ମୋ ପରିବାରର ପ୍ରାଇଭେସିକୁ ସମ୍ମାନ କରନ୍ତୁ । ଅଧା କଥା ଶୁଣି ଟିପ୍ପଣୀ କରନ୍ତୁ ନାହିଁ । ଆଇନ୍କୁ ନିଜ କାମ କରିବାକୁ ଦିଅନ୍ତୁ ବୋଲି ଶିଳ୍ପା ଅନୁରୋଧ କରିଛନ୍ତି।’