ଥାନାର ଦ୍ବାରସ୍ଥ ହୋଇ, ଶିଳ୍ପାଙ୍କ ମା’ ସୁନନ୍ଦା ଶେଟ୍ଟୀ ଏକ ଠକେଇ ମାମଲାରେ ଅଭିଯୋଗ କରିଛନ୍ତି । ଏଥିରେ ଶିଳ୍ପା କିମ୍ବା ତାଙ୍କ ସ୍ବାମୀ ରାଜଙ୍କର କୌଣସି ସମ୍ପର୍କ ନାହିଁ ।
ସୂଚନାଯୋଗ୍ୟ : ସୁନନ୍ଦା ଶେଟ୍ଟୀ ଥାନାରେ ସୁଧାକର ଘାରେ ନାଁରେ ଅଭିଯୋଗ କରିଛନ୍ତି । ଏନେଇ ସେ ଏଫ୍ଆଇଆର୍ ମଧ୍ୟ ରୁଜୁ କରିଛନ୍ତି । ୨୦୧୯ରୁ ଫେବୃଆରୀ ୨୦୨୦ରେ ସୁଧାକର ନାମକ ଜଣେ ବ୍ୟକ୍ତି ଶିଳ୍ପାଙ୍କ ମା’ଙ୍କ ସହ ଜମିଜମାକୁ ନେଇ ଚୁକ୍ତି କରିଥିଲେ। ଉକ୍ତ ଜମିର ମାଲିକ କହି ସୁଧାକର ତାଙ୍କୁ ନକଲି ଦସ୍ତାବିଜ ଦେଇଥିଲେ ଏବଂ ୧ କୋଟି ୬୦ ଲକ୍ଷରେ ଶିଳ୍ପାଙ୍କ ମା’ଙ୍କୁ ସେହି ଜମି ବିକ୍ରି ମଧ୍ୟ କରିଥିଲା।
ସୁନନ୍ଦା ଏ ବିଷୟରେ ଜାଣିବା ପରେ , ଯେତେବେଳେ ସୁଧାକରଙ୍କୁ ପଚାରିଥିଲେ, ସେତେବେଳେ, ସୁଧାକର ଭାଉ ଦେଖାଇଥିଲେ । ତାଙ୍କର ପଲିଟିକାଲ କନେକସନ ରହିଛି ଏବଂ ସେ ଜଣେ ନେତାଙ୍କ ନିକଟତର ବୋଲି କହିଥିଲେ । ଏଥିସହ ସୁନନ୍ଦାଙ୍କୁ ଏନେଇ କୋର୍ଟକୁ ଯିବାକୁ ମଧ୍ୟ କହିଥିଲେ । ଏହା ପରେ ସୁନନ୍ଦା କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଏବେ କୋର୍ଟଙ୍କ ନିର୍ଦ୍ଦେଶ ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।