୯୦ ଦଶକରେ ନଦୀମ୍-ଶ୍ରବଣ ଯୋଡି ଖୁବ୍ ଲୋକପ୍ରିୟ ଥିଲେ । ତାଙ୍କର ହିଟ ଫିଲ୍ମ ମଧ୍ୟରେ ‘ଆଶିକି’, ‘ସାଜନ୍’, ‘ପରଦେଶ’ ଭଳି ଆହୁରୀ ଅନେକ୍ ଫିଲ୍ମ ସାମିଲ ରହିଛି । ଶ୍ରବଣ ରାଠୋରଙ୍କ ବିୟୋଗରେ ବଲିଉଡ ଇଣ୍ଡଷ୍ଟ୍ରିରେ ଖେଳି ଯାଇଛି ଶୋକର ଛାୟା ।
ନୂଆଦିଲ୍ଲୀ : ବଲିଉଡ ଦୁନିଆଁ ପାଇଁ ଏକ ଦୁଃଖଦ ଖବର । କରୋନାରେ ଆଖି ବୁଜିଲେ ପ୍ରସିଦ୍ଧ ସଙ୍ଗୀତକାର ଶ୍ରବଣ ରାଠୋର । ଗତ ଗୁରୁବାର ଦିନ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । କରୋନା ସଂକ୍ରମିତ ହେବାପରେ ତାଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତୀ କରାଯାଇଥିଲା । କରୋନା ସମେତ ତାଙ୍କର ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ରହିଥିଲା । ଯାହା ଫଳରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ,ସେ ଭେଣ୍ଟିଲେଟରରେ ଟ୍ରିଟମେଣ୍ଟ ହେଉଥିଲେ । ଜୀବନ ମରଣର ସହ ଲଢେଇ କରି,ଶେଷରେ ସେ ସବୁଦିନ ପାଇଁ ଜୀବନ ଯୁଦ୍ଧରେ ହାରିଗଲେ ।
୯୦ ଦଶକରେ ନଦୀମ୍-ଶ୍ରବଣ ଯୋଡି ଖୁବ୍ ଲୋକପ୍ରିୟ ଥିଲେ । ତାଙ୍କର ହିଟ ଫିଲ୍ମ ମଧ୍ୟରେ ‘ଆଶିକି’, ‘ସାଜନ୍’, ‘ପରଦେଶ’ ଭଳି ଆହୁରୀ ଅନେକ୍ ଫିଲ୍ମ ସାମିଲ ରହିଛି । ଶ୍ରବଣ ରାଠୋରଙ୍କ ବିୟୋଗରେ ବଲିଉଡ ଇଣ୍ଡଷ୍ଟ୍ରିରେ ଖେଳି ଯାଇଛି ଶୋକର ଛାୟା ।