ଶିଲାଦିତ୍ୟ ୧୪୦୬ କୋଟିର କମ୍ପାନୀ ଟ୍ରୁକଲର ର ଗ୍ଲୋବାଲ ହେଡ ଅଟନ୍ତି। ଟ୍ରୁ କଲର ସାଧଆରଣତଃ ସ୍ପାମ କଲ ଏବଂ ଫେକ କଲକୁ ଚିହ୍ନଟ କରିବାରେ ସାହାଯ୍ୟ କରିଥାଏ । ଶିଲାଦିତ୍ୟ ଏପ୍ରିଲ ୨୦୨୨ରୁ ଟ୍ରୁ କଲର ଫର ବିଜନେସର ଗ୍ଲୋବାଲ ହେଡ ଭାବେ କାମ କରି ଆସୁଛନ୍ତି । ସେ ବର୍ତ୍ତମାନ ମୋବାଇଲ ଆପ୍ଲିକେସନ, ସଫ୍ଟୱେଆର ପ୍ରୋଜେକ୍ଟ ମ୍ୟାନେଜମେଣ୍ଟରେ ଏହି କମ୍ପାନୀକୁ ଆହୁରି ଉନ୍ନତି କରିବା ପାଇଁ କା କରୁଛନ୍ତି ।
ଟ୍ରୁକଲର ଆପ ୨୦୦୯ରୁ ଲଞ୍ଚ କରାଯାଇଛି । ଯେଉଁଥିରେ ପ୍ରତି ମାସରେ ଏଥିରେ ୩୭୪ରୁ ଅଧିକ ଆକ୍ଟିଭ ମେମ୍ବର ରହିଥାନ୍ତି । ଏବଂ ଏହାର ବାର୍ଷିକ ଆୟ ୧୪୦୬ କୋଟି । ତେବେ ଏହା ପୂର୍ବରୁ ଶିଲାଦିତ୍ୟ କାର୍ଲିଫର୍ଣ୍ଣିଆର ସାସ୍ କମ୍ପାନୀ କ୍ଲେଭର ଟ୍ୟାପରେ ସିନିୟର ପୋଜିସନରେ ରହିଥିଲେ । ତେବେ ଯଦି ତାଙ୍କ ପାଠପଢା କ୍ୟାରିଅର ଦେଖାଯାଏ ତେବେ ଶିଲାଦିତ୍ୟ ମୁମ୍ବାଇ ୟୁନିଭର୍ସିଟିରେ ଇଲେକ୍ଟ୍ରୋନିକ୍ସରେ ବ୍ୟାଚଲର ଡିଗ୍ରୀ ହାସଲ କରିଥିଲେ ।
ଶ୍ରେୟାଙ୍କ ସହ ଶିଲାଦିତ୍ୟଙ୍କର ୯ ବର୍ଷର ସମ୍ପର୍କ ଅଟେ । ଉଭୟ ସ୍କୁଲ ବେଳର ସାଙ୍ଗ ଥିଲେ । ୨୦୧୫ ମସିହା ଉଭୟ ପରସ୍ପରକୁ ବିବାହ କରିଥିଲେ । ଏବଂ ୨୦୨୨ରେ ଦୁହେଁ ଏକ ପୁତ୍ରସନ୍ତାନର ପିତାମାତା ହେବାର ସୁଯୋଗ ପାଇଥିଲେ । ପରସ୍ପର ପର୍ସପରୁ ନିଜର ବ୍ୟକ୍ତିଗତ ଜୀବନରେ ଖୁବ ଲକି ମାନୁଥିବା ଶେୟାର କରିଛନ୍ତି ।