ଆସନ୍ତାକାଲି ନବଯୌବନ ଓ ନେତ୍ରୋତ୍ସବ ସହ ଅପରାହ୍ନରେ କିଛି ବାଟ ଟଣା ହେବ ରଥ । ସେଥିପାଇଁ ଭକ୍ତମାନେ ମହାପ୍ରଭୁଙ୍କର ନବଯୌବନ ଦର୍ଶନରୁ ବଞ୍ଚିତ ରହିବେ । ସେପଟେ ରଥଯାତ୍ରା ରଥ, ପଥ ସବୁ ପ୍ରସ୍ତୁତ । ଆଜ୍ଞାମାଳ ବିଜେ ପରେ ସିଂହଦ୍ବାର ସାମ୍ନାରେ ଲାଗିଛି ତିନି ରଥ । ଆସନ୍ତାକାଲି ପୁରୀ ଯାଇ ରଥଟଣା ଦେଖିବେ ରାଷ୍ଟ୍ରପତି । ଓଡ଼ିଆଙ୍କ ପରିଚୟ ଜଗନ୍ନାଥଙ୍କ ପାଖରେ ପ୍ରଣତି ବାଢ଼ିବେ । ସେଥିପାଇଁ ରଥରେ ପ୍ରବଳ ଭିଡ଼ ଓ ମହାମହିମଙ୍କ ଆଗମନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି । ଚଳିତ ଥର ଅତ୍ୟାଧୁନିକ ଡ୍ରୋନ୍ ମାଧ୍ୟମରେ ଭିଡ଼ ନିୟନ୍ତ୍ରଣ ଉପରେ ରହିବ କଡ଼ା ନଜର । ୧୮ ଟି ପାର୍କିଂ ସ୍ଥଳକୁ ଚିହ୍ନଟ କରାଯାଇଛି । ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲ ରୁମ୍ ଫଙ୍କସନ ସହ ବେଳାଭୂମି ସୁରକ୍ଷା ଉପରେ ମଧ୍ୟ ରହିବ ନଜର । ୧୮୦ ପ୍ଲାଟୁନ ପୋଲିସ୍ ଫୋର୍ସ , ୨ ପ୍ଲାଟୁନ ଓଏସଏଏଫ୍ ଓ ୫ ପ୍ଲାଟୁନ ଆରଏଏଫଙ୍କ ସୁରକ୍ଷା ବଳୟରେ ରହିବ ଶ୍ରୀକ୍ଷେତ୍ର । ସେଇଭଳି ବେଳାଭୂମିରେ ମୁତୟନ ହେବ ଅତିରିକ୍ତ ୪୦୦ ଲାଇଫ ଗାର୍ଡ । ଆସନ୍ତାକାଲି ରଥଯାତ୍ରା । ସିଂହଦ୍ବାରରେ ଦଣ୍ଡାୟମାନ ତିନି ରଥ ଏବେ ମହାପ୍ରଭୁଙ୍କ ଆଗମନକୁ ଅପେକ୍ଷାରତ ।
ଅଧିକ ପଢନ୍ତୁ ଓଡ଼ିଶା ଖ୍ବର