ତେବେ ନିକଟରେ ସୋନୁ ସୁଦଙ୍କର ଏକ ଇମୋସନାଲ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ, ସେ କହିଛନ୍ତି ଯେ, ଜଣେ ୨୫ ବର୍ଷ ବୟସର କରୋନା ରୋଗୀଙ୍କ ମୃତୁ୍ୟ ହୋଇ ଯାଇଛି । ଉକ୍ତ ବ୍ୟକ୍ତିଙ୍କ ମୃତୁ୍ୟକୁ ଗମ୍ଭୀର ଦୁଃଖ ପ୍ରକାଶ କରିଛନ୍ତି ସୋନୁ ସୁଦ୍ । ଏହା ସହିତ ସେ ସେ ଉକ୍ତ ବ୍ୟକ୍ତିଙ୍କ ବାପା-ମା’ଙ୍କ ସହିତ କଥା ହେବାକୁ ସାହାସ ଜୁଟାଇ ପାରୁ ନାହାଁନ୍ତି ବୋଲି କହିଛନ୍ତି ।
ସୋନୁ ସୁଦ୍ ତାଙ୍କ ଟ୍ବିଟର ଆକାଉଂଟରୁ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି ଯେ, ‘ ଜଣେ ୨୫ ବର୍ଷିୟ ପୁଅ,ଯାହାକୁ ଆମେ ବଞ୍ଚାଇବାକୁ ଚେଷ୍ଟା କରୁଥିଲୁ । ସେ କୋଭିଡ ଯୁଦ୍ଧରେ ହାରିଗଲେ । ଏତେ ଦିନ ଧରି ଏହା ଜାଣିବା ପରେ ବି ତାଙ୍କର ବଞ୍ଚିବାର ଆଶା କମ୍ ଥିଲା , ମୁଁ ପ୍ରତିଦିନ ଡକ୍ଟରଙ୍କ ସହିତ ବଡ ଆଶା ରଖି କଥାବାର୍ତ୍ତା କରୁଥିଲି । ମୋ ପାଖରେ ତାଙ୍କ ବାପା,ମା’ଙ୍କୁ ସତ କହିବାର ସାହାସ ନାହିଁ । ଯାହାଙ୍କୁ ଜଣା ଥିଲା ଯେ, କ’ଣ ହେବାକୁ ଯାଉଛି ।
ଆଗକୁ ସେ ଲେଖିଛନ୍ତି , ‘ଅନ୍ୟ ଜଣେ ୨୯ ବର୍ଷିୟ ଯୁବକ ବଡି ବିଲ୍ଡର , ଯିଏକି ତେଲେଙ୍ଗାନାର ଏକ ହସ୍ପିଟାଲରେ ଗମ୍ଭୀର ଅବସ୍ଥାରେ ଅଛନ୍ତି । ମୁଁ ତାଙ୍କର ଚିନ୍ତିତ ଭଉଣୀଙ୍କ ସହିତ ୨୦ ମିନିଟ କଥାବାର୍ତ୍ତା ହୋଇଛି ଏବଂ ତାଙ୍କୁ ଆଶା ଦେଇଛି । ବହୁତ୍ ଦୁଃଖ ହୁଏ, ନିଜ ଆଖପାଖରେ ଏତେ କଷ୍ଟ ଦେଖି । ଭଗବାନ୍ ଦୟା କରନ୍ତୁ ‘ ।