ନୂଆଦିଲ୍ଲୀ : ବଲିଉଡର ଗ୍ଲାମରସ ଅଭିନେତ୍ରୀ ସନି ଲିଓଙ୍କୁ କିଏବା ନଜାଣେ । ତାଙ୍କ ଅନ୍ଦାଜକୁ ଦର୍ଶକ ବେଶ ପସନ୍ଦ କରନ୍ତି । ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ସନି । ସବୁବେଳେ କିଛି ନାଁ କିଛି ଫଟୋ ଏବଂ ଭିଡିଓ ସେୟାର କରି , ସେ ଫ୍ୟାନ୍ସଙ୍କ ଦୃଷ୍ଟି ଆକର୍ଷଣ କରନ୍ତି । ତେବେ ଏବେ ମାଳଦୀପରେ ଛୁଟି କାଟୁଛନ୍ତି ସନି । ମାଳଦୀପର ସବୁ ସ୍ଥାନରେ ସବୁ ମୂହୁର୍ତ୍ତକୁ ସେ ମନଭରି ଉପଭୋଗ କରୁଛନ୍ତି । ତାଙ୍କ ଅନ୍ଦାଜରେ ସମସ୍ତଙ୍କୁ ଦିଓ୍ବାନା ମଧ୍ୟ କରୁଛନ୍ତି ସେ । ସେ ତାଙ୍କ ଇନଷ୍ଟାଗ୍ରାମରେ ଫଟୋ ,ଭିଡିଓ ସେୟାର କରୁଛନ୍ତି । ଏବେ ଇଣ୍ଟରନେଟରେ ତାଙ୍କର ହଟ ଏବଂ ବୋଲ୍ଡ ଅନ୍ଦାଜ ଦେଖିବାକୁ ମିଳୁଛି । ନିକଟରେ ସେ ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କର କ୍ୟୁଟ ଅନ୍ଦାଜ୍ ସମସ୍ତଙ୍କ ହୋସ୍ ଉଡାଉଛି ।
କେବଳ ଏତିକି ନୁହେଁ, ଏହା ସହିତ ଏଥିରେ ସେ ଖୁବ୍ ସୁନ୍ଦର ଭାବେ ଚାଲିବା ସହିତ ,ସମସ୍ତଙ୍କୁ ଫ୍ଲାଇଙ୍ଗ୍ କିସ୍ ମଧ୍ୟ ଦେଉଛନ୍ତି । ସେ ଏହି ଭିଡିଓ ସେୟାର କରି କ୍ୟାପ୍ସନରେ ଲେଖିଛନ୍ତି ଯେ, 'Love This Place' ।
କେବଳ ଭିଡିଓ ନୁହେଁ , ସେ ତାଙ୍କର କିଛି ଫଟୋ ମଧ୍ୟ ସେୟାର କରିଛନ୍ତି । ଯାହା ଏବେ ବେଶ ଭାଇରାଲ ହେବାରେ ଲାଗିଛି । ଫ୍ୟାନ୍ସମାନେ ତାଙ୍କର ଫଟୋ ଏବଂ ଭିଡିଓକୁ ବେଶ ପସନ୍ଦ କରିବା ସହିତ, ବେଶ ଭଲପାଇବା ଦେଉଛନ୍ତି ।