ପ୍ରକାଶ ଥାଉକି, ୧୯ ଜୁଲାଇରେ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ରାଜ୍ କୁନ୍ଦ୍ରା ଅଶ୍ଳୀଳ ଫିଲ୍ମ ପ୍ରସ୍ତୁତ ଏବଂ ଅପଲୋଡ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି । ରାଜଙ୍କ ସମେତ ଆଉ କିଛି ଜଣଙ୍କୁ ମଧ୍ୟ ଗିରଫ କରା ଯାଇଛି । ଏହାପରେ ଶିଳ୍ପା ଏହି ଶୋ’ରେ ନଜର ଆସି ନାହାଁନ୍ତି ।
ସୁପର ଡାନ୍ସର ଚାପ୍ଟର ୪ ର ଆଗାମୀ ଏପିସୋଡରେ ବି ନଜର ଆସିବେ ନାହିଁ ଶିଳ୍ପା

ନୂଆଦିଲ୍ଲୀ : ଲୋକପ୍ରିୟ ଡାନ୍ସ ରିଆଲିଟି ଶୋ’ ସୁପର ଡାନ୍ସ ଚାପ୍ଟର ୪ ଦର୍ଶକଙ୍କର ବେଶ ମନୋରଞ୍ଜନ କରୁଛି । ଏହି ଶୋ’ରେ ଗୀତା କପୁର, ଅନୁରାଗ ବସୁ ଏବଂ ଶିଳ୍ପା ଶେଟ୍ଟୀ ବିଚାରପତି ଭାବେ ଅଛନ୍ତି । କିନ୍ତୁ ଗତ ସପ୍ତାହରୁ ଶୋ’ରେ ଶିଳ୍ପା ଶେଟ୍ଟୀ ନଜର ଆସୁ ନାହାଁନ୍ତି । ତେବେ ଶିଳ୍ପା ଶେଟ୍ଟୀଙ୍କ ସ୍ଥାନରେ କରୀସ୍ମା କପୁର ଗେଷ୍ଟ ଜଜ୍ ଭାବେ ଏଣ୍ଟ୍ରି କରିଥିଲେ । ଏବେ ପୁଣି ଖବର ଅନୁଯାୟୀ, ଆଗାମୀ ଏପିସୋଡରେ ମଧ୍ୟ ନଜର ଆସିବେ ନାହିଁ ଶିଳ୍ପା ଶେଟ୍ଟୀ ।
Download Argus News App
