ଏକ ମିଡିଆ ରିପୋର୍ଟ ଅନୁସାରେ ଅଭିନେତା ଅନିଲ ବେହଲ ଋତୁରାଜଙ୍କ ମୃତ୍ୟୁକୁ ସ୍ପଷ୍ଟୀକରଣ ଦେଇଥିଲେ। ଅନୀଲ କହିଥିଲେ ଋତୁରାଜ ଗତକାଲି ରାତିରେ ଖାଇକି ଶୋଇଥିଲେ। ୧୨.୩୦ ସମୟରେ ସେ ହୃଦଘାତର ଶିକାର ହୋଇଥିଲେ। ଯେଉଁଥିରେ ତାଙ୍କର ନିଧନ ଘଟିଲା। ପ୍ରଡ୍ୟୁସର ସନ୍ଦୀପ ସିକନ୍ଦ କହିଛନ୍ତି ଜଣେ ବହୁତ ଭଲ ମଣିଷ ଥିଲେ, ମୁଁ ତାଙ୍କ ମୃତ୍ୟୁକୁ ଜମା ଗ୍ରହଣା କରିପାରୁନି। ସେପଟେ ବଲିଉଡ ଅଭିନେତା ସୋନୁ ସୁଦ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଋତୁରାଜଙ୍କ ମୃତ୍ୟୁକୁ ନେଇ ମୁଁ ଆଶ୍ଚର୍ଯ୍ୟ ବୋଲି ଲେଖିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେପଟେ ଅନୁପମା ସିରିଏଲରେ ସମସ୍ତ ଅଭିନେତା ଅଭିନେତ୍ରୀ ତାଙ୍କ ମୃତ୍ୟୁକୁ ବିଶ୍ବାସ କରିପାରୁ ନାହାନ୍ତି।
ଋତୁରାଜ ପୋପୁଲାର ଟିଭି ଶୋ ହିଟଲର ଦିଦି, ଶପଥ, ଅଦାଲତ, ଆହଟ, ଦିୟା ଔର ବାତି ଭଳି ଶୋରେ ନଜର ଆସିଥିଲେ। ଏବେ କିଛି ଦିନ ହେଲା ଲୋକପ୍ରିୟ ଟିଭି ଶୋ ଅନୁପମାରେ ମଧ୍ୟ ନଜର ଆସିଥିଲେ। କିନ୍ତୁ ସ୍ବାସ୍ଥ୍ୟଗତ କାରଣରୁ କିଛି ଦିନ ହେଲା ଶୋରେ ଅନୁପସ୍ଥିତ ରହୁଥିଲେ। ଫିଲ୍ମ କଥା କହିଲେ ୟାରିୟାଁ ୨, ସତ୍ୟମେବଜୟତେ ୨, ଦ ମାଷ୍ଟରପିସ, ବଦ୍ରିନାଥ କି ଦୁଲହନିଆ ଭଲି ଫିଲ୍ମରେ ନିଜ ଅଭିନୟର ଛାପ ଛାଡ଼ିଛନ୍ତି। ଋତୁରାଜ ଆମ ଗହଣରେ ଆଜି ନାହନ୍ତି ସତ କିନ୍ତୁ ଆମ ସମସ୍ତଙ୍କ ହୃଦୟରେ ତାଙ୍କ ସ୍ଥାନ ସବୁବେଳେ ସ୍ବତନ୍ତ୍ର ହୋଇ ରହିବ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର