ପ୍ରକାଶ ଥାଉକି, ଅଭିନେତା ଉତେଜଙ୍କ ପତ୍ନୀ ପଦ୍ମାବତୀ ତାଙ୍କ ଜୀବନ କାଳ ମଧ୍ୟରେ ଅନେକ ସାମାଜିକ କାମ କରିଥିଲେ ।
ଅଭିନେତା ଉତେଜଙ୍କ ପତ୍ନୀ ପଦ୍ମାବତୀଙ୍କ ପରଲୋକ

ନୂଆଦିଲ୍ଲୀ : କ୍ୟାନ୍ସରରେ ପିଡୀତ ଥିବା ତେଲୁଗୁ ଫିଲ୍ମ ଅଭିନେତା ଉତେଜଙ୍କ ପତ୍ନୀ ପଦ୍ମାବତୀଙ୍କର ଗତକାଲି ଦେହାନ୍ତ ହୋଇଛି । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ । ମାତ୍ର ୧୩ ସେପ୍ଟେମ୍ବର ୨୦୨୧ ସକାଳେ ହସ୍ପିଟାଲରେ ସେ ଜୀବନ ଯୁଦ୍ଧରେ ହାରିଯାଇ, ସବୁଦିନ ପାଇଁ ଆଖି ବୁଜିଦେଲେ । ତାଙ୍କ ଦେହାନ୍ତରେ ତାଙ୍କ ପରିବାର ସଦସ୍ୟ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି । ପତ୍ନୀ ହରାଇ ଉତେଜ୍ ଦୁଃଖରେ ମର୍ମାହତ ହୋଇ ପଡିଛନ୍ତି । ତାଙ୍କର ମନର କୋହ ଓ ଆଖିର ଲୁହ ସତେ ଯେପରି ବୋଲ ମାନୁନାହିଁ ।
Download Argus News App
