ହେଲେ ଆପଣ ଜାଣନ୍ତିକି କାନ୍ସରେ ସେଲିବ୍ରିଟି ମାନଙ୍କୁ କଣ ସବୁ ଖାଇବାକୁ ଦିଆଯାଏ । ଆଉ ଏଥିପାଇଁ କେତେ ଟଙ୍କା ଖର୍ଚ୍ଚ ହୁଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କେବଳ ଡିନର୍ ଟେବଲରେ 18 ହଜାରରୁ ଅଧିକ ବଟଲ୍ ୱାଇନ୍ ଓ ସାମ୍ପିୟନ ପରଷା ଯାଇଥାଏ । ରୋଷେଇ ହୁଏ 2000 କିଲୋଗ୍ରାମ୍ ରୁ ଅଧିକ ଚିଙ୍ଗୁଡି ।
ଆସନ୍ତୁ ଜାଣିବା କାନ୍ସ ଫିଲ୍ମ ଫେସଟିବାଲର ଏହିଭଳି କିଛି ରୋଚକ ତଥ୍ୟ...
ଏହି ଫେସଟିବାଲ ସମୟରେ କାନ ସହରର ହୋଟେଲ ବ୍ୟାରିଅର ଲେ ମାଜେଷ୍ଟିକ୍ ରେ ସେଲିବ୍ରିଟିଙ୍କ ପାଇଁ ଓପନିଂ ଓ କ୍ଲୋଜି ସେରିମନିରେ ଖାଇବା ପାଇଁ ବସ୍ତୋବସ୍ଥ ହୋଇଥାଏ । ଯେଉଁଠି ସେଲିବ୍ରିଟିଙ୍କର ଡିନର୍ ପାଇଁ ଖର୍ଚ୍ଚ ହୁଏ 2 କୋଟି 80 ଲକ୍ଷ ଟଙ୍କା ।
ଯେଉଁଠି ତାରକାଙ୍କ ପାଇଁ ଡିନର୍ ରେ ଏକ ସ୍ପେସିଆଲ ଡିସ୍ ତିଆରି ହୋଇଥାଏ । 340 କିଲୋଗ୍ରାମ୍ ର କେବଳ ଫୋଏ ଗ୍ରାସ୍ ନାମକ ଏକ ଡିସ୍ ପ୍ରସ୍ତୁତ ହୋଇଥାଏ । ଏହି ଡିସ୍ ବତକ କଲିଜାରେ ତିଆରି ହୋଇଥାଏ । ଏହାଛଡା 49 କିଲୋର କାଭିଆର ପରସା ଯାଇଥାଏ । ଯାହା ଦୁନିଆର ସବୁଠାରୁ ମହଙ୍ଗା ଡିସ୍ ମଧ୍ୟରୁ ଗୋଟିଏ । କେବଳ ଏହି ଗୋଟିଏ ଡିସ୍ ରେ ଖର୍ଚ୍ଚ ହୁଏ 1 କୋଟି ଟଙ୍କା । ଏହାଛଡା ଡିନର୍ ରେ 2000 କିଲୋର ଚିଙ୍ଗୁଡି ଓ କଙ୍କଡାରେ ତିଆରି ଖାଦ୍ୟ ଅତିଥିଙ୍କୁ ପରସା ଯାଇଥାଏ ।
ଏହି ଇଭେଣ୍ଟରେ 1990 ମସିହାର ଏକ ସ୍ୱତନ୍ତ୍ର ସାମ୍ପିୟନ ପରିବେଷଣ କରାଯାଏ । ଯାହାର ଗୋଟିଏ ବୋତଲର ମୂଲ୍ୟ 9390 ଆମେରିକୀୟ ଡଲାର ।
ଏହାଛଡା ଲେଜର୍ ଲାଇଟ୍ , ମ୍ୟୁଜିକ୍ ରେ ମଧ୍ୟ ପାଖାପାଖି 1 କୋଟି 23 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ । ଏହି ଫେସଟିବାଲ ପାଇଁ ସବୁ ଇଣ୍ଟଷ୍ଟ୍ରିର ଚର୍ଚ୍ଚିତ ଚେହେରା ମାନଙ୍କୁ ଇନଭାଇଟ୍ କରାଯାଇଥାଏ । ହେଲେ ଏଥିରେ ସାମିଲ୍ ହେବା ପାଇଁ ସେଲିବ୍ରିଟିଙ୍କୁ ଟିକେଟ୍ କିଣିବାକୁ ପଡିଥାଏ । ଯାହାର ଦାମ ଥାଏ 5 ଲକ୍ଷ ରୁ 25 ଲକ୍ଷ ।
1938 ମସିହାରେ ଭେନିସ ଫିଲ୍ମ ଫେସଟିବାଲର ଆରମ୍ଭ କରାଯାଇଥିଲା । ସେହିସମୟରେ ଜର୍ମାନୀର ଶାସକ ଆଡଲଫ୍ ହିଟଲର୍ ତାଙ୍କ ପସନ୍ଦର ଲୋକଙ୍କୁ ଏହି ଆୱାର୍ଡ ଦେଇ ଦେଉଥିଲେ । ଏହି ମନମାନିକୁ ନେଇ ଅନେକ ଜୁରି ମେମ୍ବର ଭେନିସ ଫ୍ଲିମ ଫେସଟିଭାଲ୍ ଛାଡି ଦେଇଥିଲେ । ଏହାପରେ ଏକ ନୂଆ ଫିଲ୍ମ ଫେସଟିଭାଲ ଆରମ୍ଭ କରିବାକୁ ଯୋଜନା କରାଗଲା । ସବୁ ବିଚାର ବିମର୍ଷ ପରେ ଏହାର ଲୋକେସନ ସ୍ଥିର କରାଗଲା । ଯାହା ଥିଲା କାନ୍ । ଏହାପରେ କିଛି ଅଫିସିଆଲ କାମ ସରିବା ପରେ ଏହାକୁ କାନ୍ସ ଫିଲ୍ମ ଫେସଟିଭାଲ ନାମରେ ଘୋଷିତ କରାଗଲା ।
1984 ମସିହାରେ ପ୍ରଥମ ଥର ଭାରତୀୟ ଫିଲ୍ମକୁ କାନ୍ସ ଫିଲ୍ମ ଫେସଟିବାଲରେ ସ୍ଥାନ ମିଳିଥିଲା । ପ୍ରଥମ ଫିଲ୍ନ ଯାହା କାନ୍ସ ଫିଲ୍ମ ଫେସଟିବାଲରେ ସାମିଲ୍ ହୋଇଥିଲା ତାହା ଥିଲା ନିଚା ନଗର ।