ସୁପରଷ୍ଟାର ଶାହରୁଖଙ୍କୁ ବଲିଉଡରେ ବହୁ ନାମରେ ବିବେଚନା କରାଯାଏ, କିଏ ତାଙ୍କୁ ବାଦଶାହ ଡାକେ ତ କିଏ କିଙ୍ଗ ଖାନ, ଆଉ ଅନ୍ୟ କେତେକ ଡାକନ୍ତି କିଙ୍ଗ ଅଫ ରୋମାନ୍ସ କହିବାକୁ ଗଲେ ଶାହରୁଖ ନିଜ ଅସଲି ଜୀବନରେ ବହୁତ ରୋମାଣ୍ଟିକ ଅଟନ୍ତି । ସେ ଗୌରୀଙ୍କୁ ଭଲପାଇ ବିବାହ କରିଥିଲେ । ଏହି ଦୁଇଜଣଙ୍କ ବିବାହକୁ ପ୍ରାୟତଃ ୩୦ ବର୍ଷ ପୁରିଗଲାଣି । ତେବେ ଆପଣ ଜାଣନ୍ତି କି ଶାହରୁଖ ଗୌରୀଙ୍କୁ ପ୍ରଥମେ କେଉଁ ଗିଫ୍ଟ ଦେଇଥିଲେ ।
୨୦୨୩ ରେ ଫ୍ୟାନ୍ସଙ୍କର ବହୁ ପ୍ରଶ୍ନର ଉତ୍ତର ଶାହାରୁଖ ଖାନ ଦେଇଥିଲେ । ଏହି ସମୟରେ ତାଙ୍କୁ ଜଣେ ଫ୍ୟାନ୍ସ ପଚାରିଥିଲେ ଯେ, ସେ ପ୍ରଥମ ଭାଲେଣ୍ଟାଇନ୍ସ ଡେ’ରେ ଗୌରୀଙ୍କୁ କେଉଁ ଗିଫ୍ଟ ଦେଇଥିଲେ । ଶାହରୁଖ ଏହି ପ୍ରଶ୍ନର ଉତ୍ତର ଦେଇଥିଲେ । ମୋର ଯେତିକି ମନେପଡୁଛି ମୁଁ ତାଙ୍କୁ ପ୍ଲାଷ୍ଟିକର ଏକ ଫିଙ୍କ ଇୟରରିଙ୍ଗ ଦେଇଥିଲି ।’ ଶାହାରୁଖଙ୍କ ଏହି ପୋଷ୍ଟ ସେତିକି ବେଳେ ଖୁବ ଭାଇରାଲ ହୋଇଥିଲା ଏବଂ ଲୋକମାନେ ଏହା ଉପରେ ଅନେକ କମେଣ୍ଟ କରିଥିଲେ ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: