କ୍ଷୀର, ନଡିଆ କୋରା, ଚିନି, ଘିଅ, କାଜୁ, ପିସ୍ତାବାଦାମ, ମିଲ୍କମେଡ ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଗ୍ୟାସରେ ଡିସ୍ ବସେଇ କ୍ଷୀର ଢାଳି ଫୁଟାଇବେ । କ୍ଷୀର ଫୁଟି ଆସିଲେ ସେଥିରେ ନଡିଆ କୋରା ପକାଇ ମିକ୍ସ କରି ଗ୍ୟାସ୍ ବନ୍ଦ କରିବେ । ଏବେ ଏହାକୁ ଥଣ୍ଡା ହେବାକୁ ଛାଡିବେ । ତାପରେ ପୁଣି ଗ୍ୟାସରେ ପ୍ୟାନ୍ ବସେଇ ଘିଅ ପକାଇବେ । ଘିଅ ଗରମ ହେବାପରେ ସେଥିରେ ପ୍ରସ୍ତୁତ କରି ରଖିଥିବା କ୍ଷୀର, ନଡିଆ ମିଶ୍ରଣକୁ ଢାଳି ଗୋଳାଇବେ । ଏହାପରେ ସେଥିରେ ମିଲ୍କମେଡ ପକାଇ ଗୋଳାଇବେ । ଦେଖିବେ ଏହା ବହଳିଆ ହୋଇ ଆସିଲେ, ସେଥିରେ କଟା କାଜୁ, ପିସ୍ତାବାଦାମ, ଅଳ୍ପ ଚିନି ପକାଇ ମିକ୍ସ କରିବେ । ଏହାପରେ ଗ୍ୟାସ୍ ବନ୍ଦ କରି ଏକ ଟ୍ରେ ନେଇ ସେଥିରେ ଘିଅ ଲଗାଇବେ । ଏହାପରେ ସେଥିରେ ଏହି ମିଶ୍ରଣକୁ ଢାଳି ଚାରିଆଡେ ସମାନ ଭାବେ ଖେଳାଇବେ । ତାପରେ ଏହାକୁ ଥଣ୍ଡା ହେବାକୁ ଛାଡିବେ । ଦେଖିବେ ଏହା ଥଣ୍ଡା ହେବା ପରେ, ନିଜ ରୁଚି ଅନୁଯାୟୀ ଏହାକୁ କାଟିବେ । ପ୍ରସ୍ତୁତ ହୋଇଗଲା ନଡିଆ ବରଫି । ଏବେ ଏହାର ମଜା ନେଇ ପାରିବେ ।