ବ୍ରେଡ, ପିଆଜ, ଅଦା, ରସୁଣ, କଂଚା ଲଙ୍କା, ଧନିଆ ପତ୍ର, ସୋରିଷ, ଟମାଟୋ, ତେଲ, ଲଙ୍କା ପାଉଡର, ହଳଦୀ ପାଉଡର, ଧନିଆ ପାଉଡର, ପାଓଭାଜି ମସଲା, ଲୁଣ, ଆମଚୁର ପାଉଡର, ଲେମ୍ବୁ ରସ ।
ପ୍ରସ୍ତୁତ ପ୍ରଣାଳୀ-
ପ୍ରଥମେ ବ୍ରେଡକୁ ଛୋଟଛୋଟ ଖଣ୍ତ କରି କାଟି ରଖିବେ । ଏହାପରେ ଗ୍ୟାସରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବା ପରେ ସେଥିରେ, ସୋରିଷ ପକାଇ ଫୁଟାଇବେ । ଏହାପରେ ସେଥିରେ କଟା ପିଆଜ ପକାଇ ଫ୍ରାଏ କରିବେ । ପିଆଜ ଫ୍ରାଏ ହୋଇ ଆସିଲେ ସେଥିରେ ଅଦା, ରସୁଣ ପେଷ୍ଟ ପକାଇ କଷିବେ । ମସଲା ଭଲଭାବେ କଷି ହେବା ପରେ ସେଥିରେ, ଧନିଆ ପତ୍ର-କଂଚା ଲଙ୍କା ପେଷ୍ଟ ପକାଇ ମିକ୍ସ କରିବେ । ତାପରେ ସେଥିରେ ଟମାଟୋ ପୁ୍ୟରୀ ପକାଇ ମିକ୍ସ କରିବେ । ଟମାଟୋର କଂଚା ବାସ୍ନା ଯିବା ପରେ ସେଥିରେ, ଲଙ୍କା ପାଉଡର, ହଳଦୀ ପାଉଡର, ଧନିଆ ପାଉଡର, ପାଓଭାଜି ମସଲା, ଲୁଣ, ଆମଚୁର ପାଉଡର, ଅଳ୍ପ ଲେମ୍ବୁ ରସ ପକାଇ ଭଲଭାବେ ମିକ୍ସ କରିବେ । ତାପରେ ସେଥିରେ ଅଳ୍ପ ପାଣି ପକାଇ ମିକ୍ସ କରି, ସେଥିରେ ରଖିଥିବା ବ୍ରେଡ ଖଣ୍ଡ ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ଗ୍ୟାସ୍ ବନ୍ଦ କରି ଏକ ପାତ୍ରକୁ କାଢିବେ । ପ୍ରସ୍ତୁତ ହୋଇଗଲା ମସଲା ବ୍ରେଡ । ଏବେ ଏହାର ମଜା ନେଇ ପାରିବେ ।