ଆଲାନ ଫିସର । ଆୟାରଲାଣ୍ଡର ବାସିନ୍ଦା । ଆଲାନ୍ ଏବେ ଏମିତି ରୋଷେଇ କରିଛନ୍ତି ଯାହାକୁ ନେଇ ସେ ବିଶ୍ଵରେ ଏବେ ଭାରି ଚର୍ଚ୍ଚାରେ ଅଛନ୍ତି । ନିକଟରେ ଆଲାନ୍ ଫିସର ରନ୍ଧନ ସମ୍ବନ୍ଧୀୟ ଦୁଇଟି ବିଶ୍ବ ରେକର୍ଡ ଭାଙ୍ଗିଛନ୍ତି। ପ୍ରଥମଟି ହେଉଛି ମ୍ୟାଟସୁରେ ଥିବା ତାଙ୍କର ଇଂରେଜ-ଥିମ୍ ରେଷ୍ଟ୍ରୁରାଣ୍ଟରେ ୧୧୯ ଘଣ୍ଟା ୫୭ ମିନିଟ ପାଇଁ ନନ୍ ଷ୍ଟପ୍ ରାନ୍ଧି ବିଶ୍ୱ ରେକର୍ଡ ହାସଲ କରିଛନ୍ତି। ଏବଂ ଦ୍ବିତୀୟଟି ହେଉଛି ନାଇଜେରୀୟ ସେଫ୍ ହିଲଡା ବାସି ଯିଏକି ପୂର୍ବରୁ ଏହି ରେକର୍ଡ କରିଥିଲେ । ହେଲେ ତାଙ୍କଠାରୁ ଫିସର ୨୪ ଘଣ୍ଟା ଅଧିକ ସମୟ ରୋଷେଇ କରି ଚର୍ଚ୍ଚାକୁ ଆସିଛନ୍ତି । ସେହିପରି ଆଲାନ୍ ଫିସର ଆମେରିକାର ୱେଣ୍ଡି ସାଣ୍ଡର୍ନଙ୍କ ଦ୍ୱାରା ନିର୍ମିତ ରେକର୍ଡକୁ ଭାଙ୍ଗି ଦୀର୍ଘ ୪୭ ଘଣ୍ଟା ୨୧ ମିନିଟ୍ ଧରି ଲଗାତାର କେକ୍ ପ୍ରସ୍ତୁତ କରି ବେକିଂ ମାରାଥନ୍ ରେକର୍ଡ ମଧ୍ୟ ହାସଲ କରିଛନ୍ତି । ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଆଲାନ୍ ଲଗାତର ଭାବେ ୧୬୦ ଘଣ୍ଟାରୁ ଅଧିକ ସମୟ ଧରି ରୋଷେଇ ଘରେ ହିଁ କାମ କରୁଥିଲେ। ଯାହାକି ଜଣେ ସାଧାରଣ ଲୋକ ପାଇଁ ସମ୍ପୂର୍ଣ୍ଣ ଅସମ୍ଭବ ହୋଇଥାଏ।
ଏହିପରି ଭାବେ ଦୀର୍ଘ ୯ ଦିନର ରୋଷେଇରେ ସେ ୩୫୭ କେ.ଜି. ଓଜନର କେକ୍ ଓ ୫୯୦ କେ.ଜି. ଓଜନର ଅନ୍ୟାନ୍ୟ ଖାଦ୍ୟ ଯାହା ୩୨ ପ୍ରକାର ବ୍ୟଞ୍ଜନ ସମ୍ବଳିତ ଅଟେ, ତାହା ସେ ପ୍ରସ୍ତୁତ କରିଥିଲେ । ତାଙ୍କର ଏହି ମାରାଥନ ରୋଷେଇ ବେଳେ ତାଙ୍କୁ ଏକାକୀ ପ୍ରାୟ ତିନି କ୍ୱିଣ୍ଟାଲ ଆଳୁରୁ ଚୋପା ଛଡ଼ାଇବାକୁ ପଡ଼ିଥିଲା । ଏବଂ ସେ ନିଜ ହାତରେ ଆବଶ୍ୟକ ପରିମାଣର ଅଟା ମଧ୍ୟ ଦଳିଥିଲେ ।ତାଙ୍କର ଏହି ଚେଷ୍ଠା ଏବଂ ପରିଶ୍ରମ ପାଇଁ ସେ ଆଜି ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଏବଂ ଚାରିଆଡୁ ତାଙ୍କୁ ଅଭିନନ୍ଦନର ସୁଅ ଛୁଟୁଛି।
ଅଧିକ ପଢନ୍ତୁ ବିଦେଶ ଖବର...