ଅର୍ଗସ ବ୍ୟୁରୋ:ଲେବାନନ ଓ ସିରିଆରେ ରହସ୍ୟମୟ ଭାବେ ହଜାର ହଜାର ପେଜର୍ ବିସ୍ଫୋରଣ ହୋଇଛି,ଲେବାନନରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସିରିଆରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ଫଳରେ ମୋଟ୍ ୧୭ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୮ ଶହରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି । ଇସ୍ରାଏଲ ବିରୋଧରେ ହମାସ୍ର ଯୁଦ୍ଧ ସମର୍ଥନ କରୁଥିବ ଉଭୟ ରାଷ୍ଟ୍ରରେ ହେଜବୁଲ୍ଲା ସଂଗଠନର ସଦସମ୍ୟମାନଙ୍କ ପେଜରରେ ଏକାକାଳୀନ ବିସ୍ଫୋରଣ ଫଳରେ ଏହି ଭଳି ଦୁର୍ଘଟଣା ହଟିଛି । ଅନ୍ୟପକ୍ଷରେ ସିରିଆରେ ମଧ୍ୟ ୨ ଶହରୁ ଅଧିକ ଲୋକ ହୋଇଛନ୍ତି ଆହତ । ଗତକାଲି ସିରିୟା ଓ ଲେବାନନରେ ପ୍ରାୟ ୨ ହଜାରରୁ ଅଧିକ ଲୋକଙ୍କ ପେଜର ହଠାଚ୍ ବିସ୍ଫୋରଣ ହୋଇଥିଲା । ତେବେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ନେଇ ଅନୁମାନ କରାଯାଉଛି
ବ୍ରହ୍ମପୁର: ବେଆଇନ ଗୁଟଖା କାରଖାନା ଉପରେ ଚଢ଼ାଉ। ଲକ୍ଷାଧିକ ଟଙ୍କାର ମେସିନ ଗୁଟଖା ଜବତ । ଗଂଜାମ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବାଉଁଶିଆପାଲ୍ଲୀରେ ଥିବା ନୀଳଚକ୍ର ପ୍ରଡକ୍ସନରେ ଦୀର୍ଘ ବର୍ଷ ହେବ ବେଆଇନ ନକଲି ଗୁଟଖା ତିଆରି ହୋଇଆସୁଥିଲା I
ପୋଲିସ କୌଣସି ସୂତ୍ରରୁ ଖବର ପାଇଁ ଆଜି ଭୋର ସକାଳୁ ବେଆଇନ ଗୁଟଖା କାରଖାନା ଉପରେ ଅତର୍କିତ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ମେସିନ ଏବଂ ଗୁଟଖା ଜବତ କରିଛି I କାରଖାନାରେ ୨୫-୩୦ ବିଦେଶୀ କର୍ମଚାରୀ କାମ କରୁଥିବା ବେଳେ ଅପମିଶ୍ରିତ ହେଉଥିବା କେମିକାଲ ସାଙ୍ଗକୁ ବିଭିନ୍ନ ସାମଗ୍ରୀ ଜବତ କରଯାଇଛି I ଦିନକୁ ପାଖାପାଖି ୬୦-୭୦ ବସ୍ତା ଗୁଟଖା ତିଆରି ହୋଉଥିବା ବେଳେ ଏସବୁ ନକଲି ସାମଗ୍ରୀ କେଉଁ ଅଞ୍ଚଳକୁ ସ୍ଥାନାନ୍ତର ହେଉଥିଲା ସେ ନେଇ ଅଧିକ ଖୋଳତାଡ଼ ଜାରିରହିଛି I
ଅଧିକ ପଢନ୍ତୁ ଓଡ଼ିଶା ଖବର