ଇଏ କୋମନା ବ୍ଲକ୍ ଭୋଜପୂର୍ ଘାଟି ସ୍କୁଲ । ଏଠି FLN ସ୍କିମରେ ଖର୍ଚ୍ଚ ହୋଇଛି 1,21,500 ଟଙ୍କା । ହେଲେ ଏଠି ବି ସମାନ ଅବସ୍ଥା, ନିମ୍ନମାନର ସାମଗ୍ରୀ ଯୋଗାଇ ମାଲାମାଲ ହୋଇଛନ୍ତି ଇଞ୍ଜିନିୟର ବାବୁ । ସେହି କୋମନା ବ୍ଲକ ବେଲମୁଣ୍ଡିଆପଡ଼ା ସ୍କୁଲରେ ଦୁଇଟି ଶ୍ରେଣୀ ପାଇଁ ଦୁଇ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । କିନ୍ତୁ କାମ ହୋଇଛି ଅତ୍ୟନ୍ତ ନିମ୍ନ ମାନର, କମ୍ ଟଙ୍କା ଖର୍ଚ୍ଚ ହେବା ସହ ତାଙ୍କୁ ଦସ୍ତଖତ କରିବା ପାଇଁ କହିଥିବା କହିଛନ୍ତି ପ୍ରଧାନ ଶିକ୍ଷକ । କେବଳ ପଗାରପାଣି କି ଭୋଜପୁରଘାଟି ସ୍କୁଲ ନୁହେଁ । ନୂଆପଡ଼ା ଜିଲ୍ଲାର 5ଟି ବ୍ଲକରେ 345 ଗୋଟି ଶ୍ରେଣୀଗୃହ ପାଇଁ 4 କୋଟି ଟଙ୍କା ମଞ୍ଜୁର ହୋଇଛି । ସବୁଠି ଦୁର୍ନୀତିର ଅଭିଯୋଗ । ପ୍ରଧାନ ଶିକ୍ଷକ କିମ୍ବା ପରିଚାଳନା କମିଟି ଆଖିରେ ଆଙ୍ଗୁଠି ଗେଞ୍ଜି ଇଞ୍ଜିନିୟର ବାସୁଦେବ ପଣ୍ଡା ଟଙ୍କା ହରିଲୁଟ୍ କରିଥିବା ଅଭିଯୋଗ ହୋଇଛି ।. ଏ ସଂପର୍କରେ ପଚାରିବାରୁ ବୁମ୍ ଠେଲିଦେଲେ ଜିଲ୍ଲା ଶିକ୍ଷାଧିକାରୀ କରୁଣା ଭୁଏ । ସେପଟେ ଟିମ୍ ଗଠନ କରି ତଦନ୍ତ କରାଯିବ କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତା । ଏଠି ପ୍ରଶ୍ନ, ଏତେ ବଡ଼ ସ୍କାମ୍ ପାଇଁ ଜଣେ ଇଞ୍ଜିନିୟର ସାହସ କେଉଁଠି ପାଇଲେ ? ଏଥିରେ ଆଉ କେଉଁ କେଉଁ ଅଧିକାରୀ ସଂପୃକ୍ତ ଅଛନ୍ତି ? ତଦନ୍ତ କରି ଦୁର୍ନୀତିଖୋରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।