ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ରାଜ୍ୟରେ ବିଜେପି ସରକାରକୁ ପୁରିଲା ୧୦୦ ଦିନ...ପୁରୀ ଶରଧାବାଲିରେ ୧୦୦ ଦିନର ହିସାବ ଦେବେ ମୋହନ ସରକାର...ଫିଟିଛି ଶ୍ରୀମନ୍ଦିର ଚାରିଦ୍ଵାର, ଖୋଲିଛି ରତ୍ନଭଣ୍ଡାର, ଚାଷୀଙ୍କୁ ମିଳିଛି ସମ୍ମାନ, ସୁରକ୍ଷିତ ହୋଇଛି ଓଡ଼ିଆ ଅସ୍ମିତା...ସୁଭଦ୍ରା ଦେଖାଇଛି ମହିଳାଙ୍କୁ ସ୍ଵାବଲମ୍ବୀ ହେବାର ରାସ୍ତା...
୨- ସିରିଜ ବୋମାମାଡରେ ଥରିଲା ରାଜଧାନୀ, ବାଇକରେ ଆସି ଫିଙ୍ଗି ଚାଲିଗଲେ ଦୁର୍ବୃତ୍ତ....ଏଥିରେ ଜଣେ ୧୫ବର୍ଷର ନାବାଳକ ଗୁରୁତର ଆହତ ହୋଇଛନ୍ତି.....ଆହତ ନାବାଳକଙ୍କ ନାମ ରାହୁଲ ନାୟକ....ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି
୩- ଯାଜପୁର ରାଜଘାଟ ବ୍ରିଜ ଉପରୁ ଜଣେ ମହିଳା ନଦୀକୁ ଡେଇଁଛନ୍ତି । ମହିଳା ଜଣଙ୍କ ଇଲେକ୍ଟ୍ରିକ ସ୍କୁଟି ସହ ହେଲମେଟ ଏବଂ ନିଜର ମୋବାଇଲ ଫୋନ ବ୍ରିଜ ଉପରେ ରଖିଥିଲେ । ସେହି ସ୍ଥାନରେ କେହି ନଥିବାବେଳେ ସେ ନଦୀକୁ ଡେ଼ଇଁଥିବା କୁହାଯାଉଛି..... ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି
୪- ରାଜସ୍ଥାନର ଦସୁଆରେ ଖୋଲା ବୋରୱେଲ ଭିତରେ ଖସି ପଡିଛି ଏହ ୨ ବର୍ଷର ଶିଶୁ କନ୍ୟା। ବୁଧବାର ଦିନ ଏହି ଘଟଣା ଘଟିଥିବା ବେଳେ ଘଟଣାକୁ ୧୫ ଘଣ୍ଟା ବିତିଗଲାଣି। ଏବେ ଏନଡିଆରଏଫ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି
୫- ମୁକେଶ ଅମ୍ବାନୀ କିଣିଲେ ୧୦୦୦ କୋଟିର ବିମାନ.....‘ବୋଇଂ 737 MAX 9’ ବିମାନ କିଣିଛନ୍ତି ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ.....ସ୍ୱିଜରଲାଣ୍ଡରୁ ବିମାନଟି ଉଡାଣ ଭରିଥିବାବେଳେ ଏବେ ଭାରତରେ ମୁକେଶ ଅମ୍ବାନୀଙ୍କୁ ହସ୍ତାନ୍ତର ହୋଇଛି
୬- ପେଜର ପରେ ଲେବାନନ୍ରେ ଓ୍ବାକିଟକି ବିସ୍ଫୋରଣ.....20ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୦୦ଜଣ ଆହତ ହୋଇଛନ୍ତି
୭- ଶାହରୁଖଙ୍କ ‘ଯବାନ’କୁ ମାତ୍ ଦେଲା ସ୍ତ୍ରୀ ୨, ୬୦୦ କୋଟି କ୍ଲବରେ କରିବ ଏଣ୍ଟ୍ରି
୮- ୨୫ବର୍ଷ ପରେ ପୁଣିଥରେ ସେପ୍ଟେମ୍ବର ୨୦ରେ ରିଲିଜ ହେବ ଐଶ୍ବର୍ଯ୍ୟାଙ୍କ ସୁପରହିଟ ମୁଭି Taal
୯- ଆଜିଠୁ ଆରମ୍ଭ ହେଉଛି ଭାରତ-ବାଂଲାଦେଶ ଦୁଇ ଟିକିଆ ଟେଷ୍ଟ ସିରିଜ୍ । ଚେନ୍ନାଇର ଚେପକ୍ ଗ୍ରାଉଣ୍ଡରେ ଖେଳାଯିବ ସିରିଜ୍ର ପ୍ରଥମ ମ୍ୟାଚ୍ । ସକାଳ ୯ ଟା ୩୦ରୁ ମ୍ୟାଚ ଆରମ୍ଭ ହୋଇଥିବାବେଳେ ପ୍ରଥମ ବ୍ୟାଟିଂ ଜାରି ରଖିଛି ଭାରତ
୧୦- ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗରେ ୨୨ରେ ଲଘୁଚାପ ସୃଷ୍ଟିର ସମ୍ଭାବନା ରହିଛି। ଏହା ପ୍ରଭାବରେ ୨୪ ତାରିଖ ଯାଏ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ ସତର୍କ କରାଇଛନ୍ତି । ପୁଣି ବର୍ଷା ହେଲେ ବାଲେଶ୍ୱର ଓ ମୟୂରଭଞ୍ଜ ବନ୍ୟା ସ୍ଥିତି ବିଗିଡ଼ିବାର ଆଶଙ୍କା ରହିଛି
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍କ ବାନ୍ଧବୀ । ଗଣମାଧ୍ୟମ ଆଗରେ କାନ୍ଦି କାନ୍ଦି ପୋଲିସ ଅତ୍ୟାଚାର କଥା କହିଲେ । ଘଟଣା ଦିନର ଲୋମହର୍ଷକ, ଛାତିଥରା କଥା କହିଲେ ଅଙ୍କିତା । IIC ଓ ଅନ୍ୟ ପୋଲିସ କର୍ମଚାରୀ କିପରି ଯୌନ ନିର୍ଯାତନା ଦେଇଥିଲେ କହିଲେ ।
15 ତାରିଖ ରାତି 1ଟାରେ ରେଷ୍ଟୁରାଣ୍ଟ ବନ୍ଦ କରି ଗୁରୁବଂଶଙ୍କ ସହ ଫେରୁଥିଲି । ବିଚ୍ ରାସ୍ତାରେ କିଛି ଦୁର୍ବୃତ୍ତ ହଇରାଣ କଲେ, ବହୁ କଷ୍ଟରେ ମୁକୁଳିଆସିଥିଲୁ । ସେମାନଙ୍କ ବିରୋଧରେ ଏତଲା ଦେବାକୁ ଭରତପୁର ଥାନାରେ ପହଞ୍ଚିଥିଲୁ । ଥାନାରେ ନାଇଟ୍ ପିନ୍ଧିଥିବା ଅବସ୍ଥାରେ ଜଣେ ମହିଳା କନଷ୍ଟେବଳ ବସିଥିଲେ । ଏତଲା ରଖିବା ବଦଳରେ ଆମକୁ ପ୍ରବଳ ଗାଳିଗୁଲଜ କଲେ । ମୋ ହାତ ଓ ଗୋଡ଼ ବାନ୍ଧି ପୋଲିସ ମୋ ଛାତିକୁ କିକ୍ ମାରିଥିଲା । ଆର୍ମି ଅଫିସରଙ୍କୁ ଲକ୍ରେ ରଖିପାରିବେନି ବୋଲି କହିଥିଲି।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କୁ ଦଣ୍ଡ ପାଇଁ ଜନ୍ମମାଟି କଣ୍ଟାବାଞ୍ଜିରେ ତେଜିଛି ସ୍ବର । ହତ୍ୟାରେ ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଭୂମିକା ନେଇ ପରିବାର ଆଣିଥିଲା ଅଭିଯୋଗ । ହେଲେ ତଦନ୍ତ ପରିସରକୁ ନଆଣି ଦିବ୍ୟଶଙ୍କରଙ୍କୁ ଘଣ୍ଟ ଘୋଡ଼ାଇଥିଲେ ନବୀନ ସରକାର । ମାମଲାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିବେକି ବିଜେପି ସରକାର ?
କଳାହାଣ୍ଡି ସନସାଇନ୍ ସ୍କୁଲର ପ୍ରିନ୍ସପାଲ ମମିତା ମେହେରଙ୍କ ହତ୍ୟାକାରୀ କିଏ ? କିଏ ରଚିଥିଲା ଷଡ଼ଯନ୍ତ୍ର ? କୁଆଡେ ଗଲା ମମିତାଙ୍କ ମୋବାଇଲରେ ଥିବା ଭିଡିଓ ? କେମିତି ଜେଲରେ କଡ଼ା ସୁରକ୍ଷା ଭିତରେ ହେଲା ଗୋବିନ୍ଦ ସାହୁର ମୃତ୍ୟୁ ? ୩ ବର୍ଷ ବିତିବାକୁ ବସିଥିଲେ ବି କ୍ରାଇମବ୍ରାଞ୍ଚ ତଦନ୍ତରୁ ଏସବୁ ପ୍ରଶ୍ନର ଉତ୍ତର ମିଳିପାରିଲା ନାହିଁ। ଏବେ ପୁନଃ ତଦନ୍ତ ପାଇଁ ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବାୟାନ ପରେ ମମିତାଙ୍କ ଜନ୍ମସ୍ଥାନ କଣ୍ଟାବାଞ୍ଜିରେ ବି ଏନେଇ ଉଠିଛି ସ୍ବର। ସିବିଆଇ ତଦନ୍ତ ସହ ଦୋଷୀଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି କଣ୍ଟାବାଞ୍ଜି ଜନସାଧାରଣ।
୨୦୨୧ର ଏହି ବହୁ ଚର୍ଚ୍ଚିତ ହତ୍ୟା ମାମଲା ରାଜ୍ୟ ରାଜନୀତିରେ ସୃଷ୍ଟି କରିଥିଲା କମ୍ପନ। ମମିତାଙ୍କ ହତ୍ୟା ଓ ତାଙ୍କ ହତ୍ୟାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଜେଲ ଭିତରେ ସନ୍ଦେହଜନକ ମୃତ୍ୟୁ ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ରର ଅଙ୍ଗ ବୋଲି ହୋଇଥିଲା ଅଭିଯୋଗ। ମମିତାଙ୍କ ହତ୍ୟା ପଛରେ ଥିଲା ଗୋବିନ୍ଦ ସାହୁ କିନ୍ତୁ ଷଡ଼ଯନ୍ତ୍ରକାରୀ ଦିବ୍ୟଶଙ୍କର ବୋଲି ଅଭିଯୋଗ କରିଥିଲେ ମମିତାଙ୍କ ପରିବାର। ସେହିପରି ଗୋବିନ୍ଦଙ୍କ ମୃତ୍ୟୁ ପଛର ଷଡ଼ଯନ୍ତ୍ରକାରୀ ବି ଦିବ୍ୟଶଙ୍କର ବୋଲି ଲାଗିଥିଲା ଆରୋପ। ଏପରିକି ମମିତାଙ୍କ ବାପା ଦିବ୍ୟଶଙ୍କରଙ୍କ ବିରୋଧରେ ଅତି ସଙ୍ଗୀନ ଆରୋପ ଲଗାଇଥିଲେ।
ହେଲେ ନବୀନ ସରକାରରେ ଗୃହ ରାଷ୍ଟ୍ରମନ୍ତ୍ରୀ ମନ୍ତ୍ରୀ ଥିବା ଦିବ୍ୟଶଙ୍କରଙ୍କୁ ନା ତଦନ୍ତ ପରିସରଭୂକ୍ତ କରାଗଲା ନା ତାଙ୍କୁ ପୋଲିସ ପଚରାଉଚରା କଲା। ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଘଣ୍ଟ ଘୋଡ଼ାଇବା ନେଇ ଉଠିଥିଲା ପ୍ରଶ୍ନ। ଏପରିକି ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦଙ୍କୁ ଜେଲରୁ ଦିବ୍ୟଶଙ୍କରଙ୍କ ନିର୍ଦ୍ଦେଶରେ ପାରୋଲରେ ଛଡ଼ାଯାଇଥିବା ନେଇ ଆସିଥିଲା ଅଭିଯୋଗ। ତଦନ୍ତର ୩ ବର୍ଷ ପରେ ବି କ୍ରାଇମବ୍ରାଞ୍ଚର ହାତ ଖାଲି। ତେଣୁ ନିକଟରେ ମାମଲାର ସିବିଆଇ ତଦନ୍ତ ଦାବି କରିଥିଲେ ମମିତାଙ୍କ ବାପା। ଏପରିକି କଣ୍ଟାବାଞ୍ଜିର ନବ ନିର୍ବାଚିତ ବିଧାୟକ ଲକ୍ଷ୍ମଣ ବାଗ ମଧ୍ୟ ମମିତାଙ୍କ ପରିବାରକୁ ଭେଟି ରାଜ୍ୟ ସରକାରଙ୍କୁ CBI ତଦନ୍ତ ପ୍ରସ୍ତାବ ଦେବେ ବୋଲି କହିଥିଲେ।
2021 ଅକ୍ଟୋବର 8ରେ ନିଖୋଜ ହୋଇଯାଇଥିଲେ ମମିତା। ତାପରେ ସାମ୍ନାକୁ ଆସିଥିଲା ଲୋମହର୍ଷଣକାରୀ ହତ୍ୟାର କରୁଣ କାହାଣୀ । 2 ବର୍ଷ ପରେ ଏବେ ବି ଅନେକ ଅସମାହିତ ପ୍ରଶ୍ନ। ମମିତା ମର୍ଡର ମିଷ୍ଟ୍ରିରୁ ପରଦା ଉଠିନି। ସେପଟେ କ୍ଷମତାରୁ ହଟିଛନ୍ତି ନବୀନ। ରାଜ୍ୟରେ ଏବେ ବିଜେପି ସରକାର। ପୁଣି ଖୋଲିବକି ମମତା ମେହେର ହତ୍ୟା ଫାଇଲ ? ଦିବ୍ୟଶଙ୍କରଙ୍କୁ ତଦନ୍ତ ପରିସରକୁ ଆଣିବ କି କ୍ରାଇମବ୍ରାଞ୍ଚ ? ସିବିଆଇ ତଦନ୍ତ ପାଇଁ ସୁପାରିଶ କରିବେ କି ରାଜ୍ୟ ସରକାର ?
ଅଧିକ ପଢନ୍ତୁ ଓଡ଼ିଶା ଖବର