ଅର୍ଗସ ବ୍ୟୁରୋ: ଥମୁନି ଋଷ ୟୁକ୍ରେନର କଳି। ବିତିଗଲାଣି ଗୋଟିଏ ବର୍ଷରୁ ଉର୍ଦ୍ଧ୍ବ ସମୟ। ସମୟ ଗଡିବା ସହ ଦିନକୁ ଦିନ ଉଗ୍ର ରୂପ ନେଉଛି ଦୁହିଁଙ୍କ ମଧ୍ୟର ତିକ୍ତତା। କେତେବେଳେ ୟୁକ୍ରେନର ଆକ୍ରମଣରେ ଋଷ ଦବିଯାଉଛି ତ କେତେବେଳେ ଋଷ ଆକ୍ରମଣରେ ୟୁକ୍ରେନ କ୍ଷତି ସହୁଛି। ଏହାରି ଭିତରେ ଏବେ ୟୁକ୍ରେନକୁ ବଡ ଧରଣର କ୍ଷତି ପହଞ୍ଚାଇଛନ୍ତି ଋଷ ସୈନିକ । ୟୁକ୍ରେନର ଖେରସନ୍ ସହର ନିକଟସ୍ଥ କଭୋବକା ହାଇଡ୍ରୋ ଇଲେକ୍ଟ୍ରିକ୍ ପାଓ୍ପାର୍ ପ୍ଲାଣ୍ଟର ଡ୍ୟାମକୁ ଋଷ ସୈନିକ ମାନେ ମିସାଇଲ ଦ୍ବାରା ଭାଙ୍ଗିଦେଇଛନ୍ତି । ଯାହାର କି କରାଳ ରୂପ ଏବେ ୟୁକ୍ରେନରୁ ସାମ୍ନାକୁ ଆସିଛି। ଡ୍ୟାମ ଭାଙ୍ଗିବା ପରେ ଏବେ ଖେରସନ ସହରରେ ସୃଷ୍ଟି ହୋଇଛି ବନ୍ୟା ସ୍ଥିତି। ସବୁଠି ଏବେ ପାଣିର ଆତଙ୍କ । କଭୋବକା ବନ୍ଧ ହେଉଛି ୟୁକ୍ରେନର ସବୁଠାରୁ ବଡ ଡ୍ୟାମ । ଯେଉଁଥିରୁ ୟୁକ୍ରେନରେ ଇଲେକ୍ଟ୍ରି ସପ୍ଲାଏ ହେବା ସହ ପାଣି ମଧ୍ୟ ମିଳେ। ହେଲେ ଏବେ ଏହି ଡ୍ୟାମ୍ ଭାଙ୍ଗିବା ପରେ ୟୁକ୍ରେନରେ ବନ୍ୟ ଆଶଙ୍କା ଦେଖାଦେଇଛି। ଯାହାକୁ ନେଇ ଏବେ ମୁଣ୍ଡରେ ହାତ ଦେଲେଣି ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଡମିର ଜେଲେନସ୍କି। ଡ୍ୟାମ୍ ଭାଙ୍ଗିବା ପରେ ଏବେ ଆଖପାଖ ଅଞ୍ଚଳ ସମ୍ପୁଣ୍ଣ ଜଳମୟ। ଏବଂ ଖୁବ୍ ଶିଘ୍ର ଖେରସନ୍ ସହରରେ ବନ୍ୟା ଆଶଙ୍କା ଦେଖାଯିବା ନେଇ ସତର୍କ କରିଛନ୍ତି ଜେଲେନସ୍କି।
ସେପଟେ ଜେଲେନସ୍କି ଟ୍ବିଟ୍ ମାଧ୍ୟମରେ ଏହା ବି ଦର୍ଶାଇଛନ୍ତି ଯେ ଋଷିଆନ୍ ଆତଙ୍କବାଦୀ ମାନେ କୌଣସି ପ୍ରକାର ପାଣି କିମ୍ବା ମିସାଇଲ ଦ୍ବାରା ୟୁକ୍ରେନ ସୈନ୍ୟଙ୍କୁ ରୋକି ପାରିବେନି। ସମସ୍ତ ପ୍ରକାର ସେବା କାର୍ଯ୍ୟକାରୀ ଅଛି। ଏପଟେ କିନ୍ତୁ ଖେରସନ ସହରର ତଳଭାଗ ସମ୍ପୁର୍ଣ୍ଣ ଜଳମୟ ହୋଇ ଯାଇଛି। ଆଖପାଖ ଜଙ୍ଗଲରେ ବନ୍ୟା ଆସିଯାଇଥିବାରୁ ଜଙ୍ଗଲର ଜୀବଜନ୍ତୁ ବି ଫଶିରହିଥିଲେ । ଫଳରେ ୟୁକ୍ରେନ ସୈନ୍ୟ ଜୀବଜନ୍ତୁଙ୍କୁ ଉଦ୍ଧାର କରିଥିବାର ଦୃଶ୍ୟ ସାମ୍ନାକୁ ଆସିଛି।
କେଉଁଠି ବଡ ବଡ ଅଟାଳିକା ଟଳିପଡିଛି ତ କେଉଁଠି ମିସାଇଲ ମାଡର ଆତଙ୍କ। କିଏ ମୁଣ୍ଡ ଗୁଞ୍ଜି ଲୁଚିଛି ତ କିଏ କୋକୁଆ ଭୟରେ ଥରୁଛି। ଆଉ ଏବେ ୟୁକ୍ରେନର ସବୁଠାରୁ ବଡ ଡ୍ୟାମ ଭାଙ୍ଗିବା ଆଉ ଏକ ଭୟ ଖେଳାଇଛି। ଆଉ କେତେ ଦିନ ଚାଲିବ ଏହି ବିନାଶ? ଆଉ କେତେ କ୍ଷତି ସହିବେ ଦୁଇ ଦେଶ? ଆଉ କେତେ ବଳି ପଡିବ ନିରୀହ ଜୀବନ? ଏସବୁ ର ଉତ୍ତର ଆଗାମୀ ଦିନରେ ହିଁ ମିଳିବ।
ଅଧିକ ପଢ଼ନ୍ତୁ ବିଦେଶ ଖବର