ବେଳେବେଳେ ଏମିତି କିଛି ମେଡ଼ିକାଲ କଣ୍ଡିସନ ବାବଦରେ ଜଣାପଡ଼େ ଯାହା ଆମକୁ ଚକିତ କରିଦିଏ ସେମିତି ଏକ କଥା ହେଉଛି ପରମାନେଣ୍ଟ ସ୍ମାଇଲିଙ୍ଗ ବେବିର ଜନ୍ମ । ତେବେ ୪ ମାସର ଏହି ଶିଶୁର ସ୍ମିତ ହାସ୍ୟ ପଛରେ ରହିଛି ଶାରୀରିକ ବ୍ୟତିକ୍ରମ। ଜନ୍ମ ନେଇଥିବା ଏ ପିଲାଟିକୁ ବିଲାଟେରେଲ ମେକ୍ରୋଷ୍ଟୋମିଆ ଥିବା କହିଛନ୍ତି ଡ଼ାକ୍ତର, ଯେଉଁଥିପାଇଁ ତା ମୁଁହ ସବୁବେଳେ ଏମିତି ହସମୁଖ ରହିଛି । ଏହି ରୋଗରେ ଦୁଇ ଓଠ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇପାରେ ନାହିଁ। ଟିକେ ଖୋଲା ରହିବା ସହ ଦୁଇପଟକୁ ଟାଣି ହୋଇଥାଏ। ଏହା ସ୍ଵାଭାବିକା ଥିଲେ ବି ମୁହଁ ହସିଲା ପରି ଦେଖାଯାଏ।
୨୦୦୭ରେ ହୋଇଥିବା ଏହି ଅଧ୍ୟୟନରୁ ଜଣାପଡିଛି ଯେ, ପୁରା ପୃଥିବୀରେ ମୋଟ ୧୪ଜଣ ଏମିତି ଅଛନ୍ତି ଯାହା ଭିତରେ ନବଜନ୍ମିତ ଶିଶୁ ଜଣେ ।
ଶିଶୁ ଟିର ନାଁ ରଖାଯାଇଛି ଆୟଲା, ମା କ୍ରିଷ୍ଟିନା ଓ ବାପା ବ୍ଳେଜ ଆୟନା ନାଁରେ ଏକ ଇନଷ୍ଟା ଆକାଉଣ୍ଟ ଖୋଲି ଏ କଥାର ଖୁଲାସା କରିଥିଲେ। ତେବେ ତାର ଅପରେସନ କରାଯିବ କି ନାହିଁ ସେ ନେଇ ତାର ବାପା-ମାଆ ଦ୍ଵନ୍ଦରେ ଅଛନ୍ତି।
ଏହି ଶିଶୁଟିର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ପିଲାଟିର ଜନ୍ମ ଦକ୍ଷିଣ ଅଷ୍ଟ୍ରେଲିଆରେ, କିନ୍ତୁ ସ୍ମାଇଲିଙ୍ଗ ବେବି ଫୋଟୋ ଦେଖି ସାରା ବିଶ୍ବ କମେଣ୍ଟ କରୁଛି ଓ ଗୋଟିଏ କଥା କହୁଛି ୟେ ହସି କୋ ନଜର ନାଁ ଲଗେ।