ଭୁବନେଶ୍ୱର: ଆସହ୍ୟ ତାତିରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି । ଗତ 3 ରୁ 4 ଦିନ ଧରି ପ୍ରବଳ ଗରମ ହେତୁ ତ୍ରାହି ତ୍ରାହି ଡାକୁଥିଲେ ଲୋକେ । ତେବେ କାଳବୈଶାଖୀ ପ୍ରଭାବରେ ସାମାନ୍ୟ ଆଶ୍ୱସ୍ତି ମିଳିଛି । ହଠାତ୍ କଟକ ଓ ଭୁବନେଶ୍ୱରରେ ପାଗରେ ପରିବର୍ତ୍ତନ ହୋଇଛି । ଫଳରେ ଆଶ୍ୱସ୍ତି ଅନୁଭବ କରୁଛନ୍ତି ଲୋକେ ।
ଭୁବନେଶ୍ୱରରେ ମଧ୍ୟ ପାଗରେ ପରିବର୍ତ୍ତନ ହୋଇଛି । କିଛି କିଛି ସ୍ଥାନରେ ଝିପିଝିପି ବର୍ଷା ସାଙ୍ଗକୁ ପବନ ବହିବାରେ ଲାଗିଛି । କାଳବୈଶାଖୀ ଓ ବଜ୍ରପାତ ନେଇ ୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ଖୋର୍ଦ୍ଧା, ଗଞ୍ଜାମ, ନୟାଗଡ଼, କଟକ, କନ୍ଧମାଳ ଓ ଢେଙ୍କାନାଳକୁ ଆଲର୍ଟ ଜାରି ହୋଇଛି ।
ସକାଳ 8ଟା 30 ସୁଦ୍ଧା 35 ଟପିଲା 12 ସହରର ତାପମାତ୍ରା । 38.4 ଡିଗ୍ରୀ ସହ ତାଳଚେର ସବୁଠୁ ଉତ୍ତପ୍ତ ସହର । ଆହୁରି 3 ଦିନ ଗ୍ରୀଷ୍ମ ପ୍ରବାହ ଜାରି ନେଇ ସତର୍କତା ଜାରି କରିଥିଲା ପାଣିପାଗ ବିଭାଗ । ତେବେ ହଠାତ୍ ପାଗରେ ପରିବର୍ତ୍ତନ ହୋଇ ଥିବାରୁ ଲୋକଙ୍କୁ ଆଶ୍ୱସ୍ତି ମିଳିଛି ।