କେବଳ ଏତିକି ନୁହେଁ କିଛି ଦିନ ତଳେ, ପୋପଙ୍କ ଆଉ ଏକ ବୟାନ ବି ବିବାଦ ଠିଆ କରିଥିଲା । ଯୌନସୁଖ ମଧ୍ୟ ‘ଭଗବାନଙ୍କ ଉପହାର’ ଅଟେ ବୋଲି କିଛିଦିନ ପୂର୍ବରୁ ସେ କହିଥିଲେ । ଏନେଇ ସେ ଆହୁରି କହିଥିଲେ ଯେ, ଯୌନ ସୁଖକୁ ଉପଭୋଗ କର। କାରଣ ଏହା ବିନା ଜୀବନ ଦୁଃଖଦାୟକ ଓ ନିସଙ୍ଗ । ସଂଖ୍ୟାଲଘୁ ସମ୍ପ୍ରଦାୟରେ ଯୌନ ପ୍ରବୃତ୍ତିର କୌଣସି ନିନ୍ଦା କରାଯାଏନି। ପୋପ କହିଥିଲେ, ମଦ, ଜମି, କୃଷି ଦକ୍ଷତା ଏବଂ ଉଦ୍ୟୋଗ ହେଉଛି ଇଶ୍ୱରଙ୍କ ଉପହାର । ଏସବୁକୁ ଆମ ପାଇଁ ପ୍ରସ୍ତୁତ କରାଯାଇଛି ।
ତେବେ ନିକଟରେ ମଦକୁ ନେଇ ଏମସ୍ ପକ୍ଷରୁ କହାଯାଇଥିଲା, ଯେ ଭାରତୀୟ ଓ ଦକ୍ଷିଣ ଏସିଆର ଲୋକମାନଙ୍କ ପାଇଁ ମଦ ହାନୀକାରକ । ଏହାର ସେବନ ମୃତ୍ୟୁ ସୁନିଶ୍ଚିତ କରିଥାଏ । ତେଣୁ ଏହାଠାରୁ ନିବୃତ୍ତ ରହିବା ପାଇଁ ଏମସ ପକ୍ଷରୁ ସତର୍କ କାରାଯାଇଛି ।
ଏବେ ପୋପଙ୍କ ମଦକୁ ନେଇ ନୂଆ ବୟାନ ବିଭିନ୍ନ ମହଲରେ ନାପସନ୍ଦ କରାଯାଉଛି । ସମାଜରେ ମଦର କୁପ୍ରଭାବ ବଢୁଥିବା ବେଳେ କ୍ୟାଥୋଲିକ ଚର୍ଚ୍ଚର ବର୍ତ୍ତମାନର ମୁଖ୍ୟଙ୍କ ଏଭଳି ଯୁକ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ଅଧିକ ପଢ଼ନ୍ତୁ ବିଦେଶ ଖବର