ଅରୁଣାଚଳ ପ୍ରଦେଶର ଅନେକ ଅଞ୍ଚଳରେ ପ୍ରବଳ ଭୂସ୍ଖଳନ ହେଇଥାଏ । ଏହି କାରଣରୁ ଦିବଙ୍ଗ ଘାଟିରେ ଏପରି ହେଵା ଯୋଗୁଁ ଚୀନ୍ ର ପାଖା ପାଖି ଅଞ୍ଚଳ ସହ ଯୋଗାଯୋଗ ନଷ୍ଟ ହୋଇଯାଇଛି। ଜଣେ ଅଧିକାରୀଙ୍କ କହିବାନୁସାରେ, ଗତ କିଛି ଦିନ ହେବ ସଂପୃକ୍ତ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ଏହି କାରଣରୁ ଅନେକ ସ୍ଥାନରେ ଭୂସ୍ଖଳନ ଘଟିଛି।
ଜାତୀୟ ରାଜପଥ ଏବଂ ଭିତ୍ତିଭୂମି ବିକାଶ ନିଗମ ଲିମିଟେଡ୍ ରାଜପଥର କ୍ଷତି ହୋଇଥିଵା ଅଂଶଗୁଡିକର ମରାମତି କାର୍ଯ୍ୟ ଆରମ୍ଭ କରିଛି କିନ୍ତୁ ଲଗାତାର ବର୍ଷା ହେତୁ ମରାମତି କାର୍ଯ୍ୟ ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେଵାକୁ ପଡୁଛି ।