ପ୍ରତ୍ୟେକ କ୍ଷେତ୍ରରେ ଭାରତ- ଫ୍ରାନ୍ସ ମଧ୍ୟରେ ସହଯୋଗ ବୃଦ୍ଧି ପାଇବା ଉଚିତ୍ ବୋଲି ପ୍ରକାଶ କରିଥିଲେ ଆଜି ଦିଲ୍ଲୀର ଲେଡ଼ି ଶ୍ରୀରାମ କଲେଜରେ ଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିବା କାଥେରାଇନ୍ । ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ଫ୍ରାନ୍ସ ବୈଦେଶିକ ମନ୍ତ୍ରୀ । ଏହାପରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କୁ ଭେଟିବା ସହ ବିଭିନ୍ନ ଆନ୍ତର୍ଜାତିକ ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ଆଲୋଚନା କରିଛନ୍ତି ।
ଆଗକୁ ଅଧିକ ବୃଦ୍ଧି ପାଇବ ଭାରତ-ଫ୍ରାନ୍ସ ସହଭାଗିତା

ଅର୍ଗସ ବ୍ୟୁରୋ : ଆଗକୁ ଅଧିକ ବୃଦ୍ଧି ପାଇବ ଭାରତ-ଫ୍ରାନ୍ସ ସହଭାଗିତା । କାରଣ ଭାରତ ସହ ଫ୍ରାନ୍ସର ସ୍ବତନ୍ତ୍ର ସହଭାଗିତା ରହିଛି ବୋଲି ପ୍ରକାଶ କରିଛନ୍ତି ଭାରତଗସ୍ତରେ ଥିବା ଫ୍ରାନ୍ସର ବୈଦେଶିକ ମନ୍ତ୍ରୀ କାଥେରାଇନ୍ କୋଲୋନା । ମହାରାଷ୍ଟ୍ରର ଯୈତାପୁରରେ ଭାରତ-ଫ୍ରାନ୍ସର ମିଳିତ ସହଯୋଗରେ ଯାଉଁ ଆଣବିକ ଶକ୍ତିକେନ୍ଦ୍ର ପ୍ରତିଷ୍ଠା କରାଯାଉଛି ତାହା ଜାରି ରହିବ ବୋଲି ଏହି ଅବସରରେ ପ୍ରକାଶ କରିଛନ୍ତି ଫ୍ରାନ୍ସ ବୈଦେଶିକ ମନ୍ତ୍ରୀ । ଭାରତ-ଫ୍ରାନ୍ସ ମଧ୍ୟରେ ଦୀର୍ଘ ବର୍ଷର କୂଟନୈତିକ ସମ୍ପର୍କ ରହିଛି ।
Download Argus News App
