ଅର୍ଗସ ବ୍ୟୁରୋ : ଏବେ ସମ୍ଭାଳି ରଖନ୍ତୁ ଗାଈ ଗୋବର । ଆଉ ଗୋବରର ବ୍ୟବହାର କ୍ଷେତ୍ରରେ ଆଉ ପାଦେ ଆଗେଇଲା ବିଜ୍ଞାନ । ଏହାକୁ ନେଇ ଏପରି ଏକ ସଫଳତା ହାସଲ କରାଯାଇଛି ଯାହା ଶୁଣିଲେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ । ଏଣିକି ଗାଈର ଗୋବରରୁ ଉଡିବ ରକେଟ । କାରଣ ଗାଈର ଗୋବରରୁ ବାହାରୁଥିବା ଇନ୍ଧନରେ ରକେଟ ଇଞ୍ଜିନ ଚଳାଇବାରେ ସଫଳତା ପାଇଲେ ବୈଜ୍ଞାନିକ ।
ଏଭଳି ସଫଳତା ହାସଲ କରିଛନ୍ତି ଜାପାନର ମହାକାଶ କମ୍ପାନି । ଜାପାନିଜ ସ୍ପେସ୍ ଷ୍ଟାର୍ଟଅପ୍ ଇଣ୍ଟରଷ୍ଟେଲାର ଟେକ୍ନୋଲୋଜି ଜିରୋ ରକେଟ ପାଇଁ ହକ୍କାଇଡୋ ସ୍ପେସପୋର୍ଟରେ ଏହାର କସ୍ମୋସ୍ ଇଞ୍ଜିନର ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷଣ କରାଯାଇଥିଲା । ଯାହା ମଧ୍ୟ ସଫଳ ହୋଇଥିଲା । ଏହି ରକେଟରେ ଗାଈର ଗୋବରରୁ ବାହାରୁ ଥିବା ମିଥାନ ଗ୍ୟାସକୁ ଇନ୍ଧନ ଭାବେ ବ୍ୟବହାର କରିଯାଇଛି । କମ୍ପାନୀ ପକ୍ଷରୁ ଏହି ଟେଷ୍ଟିଂର ଭିଡିଓ ମଧ୍ୟ ସେୟାର କରାଯାଇଛି । ଯେଉଁଥରେ ପ୍ରୋଟୋଟାଇପ୍ ରକେଟ୍ ଇଞ୍ଜିନରେ ଏହି ଗୋବର ଟେଷ୍ଟିଂ କରାଯାଇଥିଲା । ତେବେ ଏହା ଦ୍ବରା ଇଞ୍ଜିନରୁ ୧୦ ରୁ ୧୫ ମିଟର ପର୍ଯ୍ୟନ୍ତ ନିଆଁ ବାହାରୁଥିବା ଦେଖାଯାଇଥିଲା ।
ଅଧିକ ପଢନ୍ତୁ ବିଦେଶ ଖବର
ଗୋବର ଇନ୍ଧନରୁ ଉଡ଼ିବ ରକେଟ ଯାହା ଜାପାନର ଏକ କମ୍ପାନୀ ଗୋବରରୁ ବାୟୋମିଥେନ ଗ୍ୟାସ ତିଆରି କରିଥିଲେ । ଦାବି କରାଯାଇଥିଲା ଯେ, ଏହା ଗାଈର ଗୋବରରୁ ତିଆରି ହୋଇଥିବା ବେଳେ ମହାକାଶ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଏହା ବଡ ପରିବର୍ତ୍ତନ ଆଣିପାରେ । ସ୍ସେସ ଏଜେନ୍ସି ପାଇଁ ଏହା ଏକ ବଡ ଉପକାର ହୋଇପାରେ ।
ସ୍ସେସ ଜଗତରେ ବଡ ପରିବର୍ତ୍ତନ ହେବ ଯଦି ଏହି ରକେଟ ଉତକ୍ଷେପଣରେ କ୍ଷେତ୍ରରେ ସଫଳ ହୁଏ ତେବେ ଆଗାମୀ ଦିନରେ ମହାକାଶ କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ହୋଇପାରିବ । କାରଣ ବାୟୋମିଥେନ ଇନ୍ଧନ ସୁଲଭ ମୂଲ୍ୟରେ ତିଆରି ହୋଇପାରିବ ।
ସୁଲଭ ମୂଲ୍ୟରେ ରକେଟ ପହଞ୍ଚିବ ସ୍ପେସରେ, ବାୟୋଗ୍ୟାସରେ ୭୫ ପ୍ରତିଶତ ମିଥେନ ଗ୍ୟାସ୍ ରହିଥାଏ । ଯାହା ସୁଲଭ ନୁହେଁ ବରଂ ପରିବେଶ ଅନୁକୂଳ ମଧ୍ୟ ହୋଇଥାଏ । ଫଳରେ ଜଳିଲେ ମଧ୍ୟ ଧୂଆଁ ନିର୍ଗତ ହୁଏ ନାହିଁ । ଏହାସହିତ କାର୍ବନ ମଧ୍ୟ ନିର୍ଗତ ହୁଏ ନାହିଁ । ଅନ୍ତରୀକ୍ଷ କ୍ଷେତ୍ରରେ ଏହାକୁ ବ୍ୟବହାର କରାଇଯାଇ ଇନ୍ଧନକୁ ମଧ୍ୟ ସଞ୍ଚିତ କରାଯାଇ ପାରିବ । ଏହା ଦ୍ବାରା ଅର୍ଥନୀତି ମଧ୍ୟ ଲାଭବାନ ହେବ ।