୨୦୦୮ ରେ ସେଠାକାର ଲୋକସଂଖ୍ୟା ୧୨ କୋଟି ୮୦ ଲକ୍ଷରୁ ଅଧିକ ଥିବାବେଳେ ଏବେ ତାହା ୧୨ କୋଟି ୪୬ ଲକ୍ଷକୁ ହ୍ରାସ ପାଇଛି । ଅନ୍ୟପକ୍ଷରେ ୬୫ ବର୍ଷ କିମ୍ବା ଉର୍ଦ୍ଧ ବୟସ୍କଙ୍କ ଅନୁପାତ ଗତବର୍ଷ ୨୯ ପ୍ରତିଶତକୁ ବୃଦ୍ଧି ପାଇଛି । ଜାପାନରେ ଶିଶୁ ଜନ୍ମ ଅଚାନକ ଭାବେ ହ୍ରାସ ପାଇବାରେ ଲାଗିଛି । ତେବେ ଏହାକୁ ନେଇ ମୋରି କହିଛନ୍ତି, ଯଦି ଏହିଭଳି ଭାବେ ଜନସଂଖ୍ୟା ହ୍ରାସ ପାଇବ ତେବେ ଦେଶଦିନେ ଲୋପ ପାଇଯିବ । ଏ ଦିଗରେ କିଛି କରାନଗଲେ ଦେଶର ସାମାଜିକ ସୁରକ୍ଷା ବ୍ୟବସ୍ଥା ଭୁଷୁଡି ପଡିବ, ଶିଳ୍ପ ଏବଂ ଆର୍ଥିକ ସାମର୍ଥ୍ୟ ହ୍ରାସ ପାଇବ । ତେବେ ଏ ଦିଗରେ ସରକାରଙ୍କୁ କଡା ପଦକ୍ଷେପ ନେବା ଆବଶ୍ୟକ ବୋଲି ମୋରି କହିଛନ୍ତି । ସେଥିପାଇଁ ଜନ୍ମହାର ବଢାଇବା ପାଇଁ ଶିଶୁ ଓ ପରିବାର ବିଭାଗର ବ୍ୟୟ ଦୁଇଗୁଣା କରିବାକୁ ପ୍ରଧାନମନ୍ତ୍ରୀ କଡା ନିଷ୍ପତ୍ତି ନେଇଛନ୍ତି ।

- ଜାପାନରେ ହ୍ରାସ ପାଉଛି ଜନ୍ମହାର
- ଜନ୍ମହାରଠୁ ମୃତ୍ୟୁହାର ଦୁଇଗୁଣ ଅଧିକ
- ଜନ୍ମହାର ବୃଦ୍ଧି କରିବା ପାଇଁ ଶିଶୁ ଓ ପରିବାର ବିଭାଗର ବ୍ୟୟ ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀଙ୍କ କଡା ନିଷ୍ପତ୍ତି
ଅର୍ଗସ ନ୍ୟୁଜ : ଜାପାନରେ ଦିନକୁ ଦିନ ଜନସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଯାହା ଆଗକୁ ଅର୍ଥନୀତି ଓ ସାମାଜିକ ନିରାପତ୍ତା ଉପରେ ବିପଦ ବୋଲି ପ୍ରଧାନମନ୍ତ୍ରୀ ଫୁମିଓ କିଶିଡାଙ୍କ ପରାମର୍ଶଦାତା ମାସାକୋ ମୋରି ମତ ଦେଇଛନ୍ତି । ସେ କହିଛନ୍ତି ଯଦି ଏହିଭଳି ଭାବେ ଜନ୍ମହାର ହ୍ରାସପାଏ, ତେବେ ଦେଶଦିନେ ଲୋପ ପାଇଯିବ । ତେବେ ଗଣନା ଅନୁଯାୟୀ ଗତବର୍ଷ ଜାପାନରେ ସବୁଠୁ କମ ଶିଶୁ ଜନ୍ମ ଗ୍ରହଣ କରିଥିଲେ । ୨୦୨୨ ରେ ୮ ଲକ୍ଷରୁ ଅଧିକ ଶିଶୁ ଜନ୍ମଗ୍ରହଣ କରିଥିବାବେଳେ ମୃତ୍ୟୁସଂଖ୍ୟା ଥିଲା ୧୫.୮ ଲକ୍ଷ । ଯେତିକି ଶିଶୁ ଜନ୍ମ ହୋଇଥିଲେ, ତାର ଦୁଇଗୁଣ ଲୋକଙ୍କ ମୃତ୍ୟୁ ଘଟିଥିଲା ।

ଅର୍ଗସ ବ୍ୟୁରୋ : ଜନଜାତି କ୍ରୀଡ଼ାବିତଙ୍କ ପ୍ରତିଭା ଲୋକଲୋଚନକୁ ଆଣିବାରେ ‘ଜନଜାତି ଖେଳ ମହୋତ୍ସବ’ ଅନ୍ୟ ଏକ ମାଧ୍ୟମ ହେବ ବୋଲି ଶୁକ୍ରବାର ଭୁବନେଶ୍ୱର ଠାରେ ଭାରତ ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଅଧିକ ପଢନ୍ତୁ : 'ଦିଲ୍ଲୀପ ଶତପଥୀ ମେମୋରିଆଲ ରାଜ୍ୟସ୍ତରୀୟ କୁଇଜ୍ ପ୍ରତିଯୋଗିତା’ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ
ଶ୍ରୀ ପ୍ରଧାନ କହିଛନ୍ତି ଯେ ଜନଜାତୀୟ ଖେଳ ପରମ୍ପରା ଏବଂ ଜନଜାତି ଯୁବକଙ୍କ ମଧ୍ୟରେ ଖେଳକୁ ଆଗକୁ ନେବା ପାଇଁ ଏହି ଉଦ୍ୟମ ପ୍ରଶଂସନୀୟ । ଜନଜାତୀୟ ଖେଳ ମହୋତ୍ସବରେ ସବୁ ରାଜ୍ୟରୁ ଯୁବକ ଯୁବତୀମାନେ ଅଂଶଗ୍ରହଣ କରିବା ଏକ- ଭାରତ ଶ୍ରେଷ୍ଠ ଭାରତର ପରିକଳ୍ପନାକୁ ଦର୍ଶାଉଛି । ଏଥିରେ ଅଂଶଗ୍ରହଣ କରୁଥିବା ଯୁବ ଶକ୍ତି କେବଳ ଖେଳାଳି ନୁହେଁ ବରଂ ସାଂସ୍କୃତିକ ଆମ୍ବାସେଡର ମଧ୍ୟ । ଓଡ଼ିଶାରେ ଜନଜାତି ସମାଜ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବହୁତ ଗଭୀର ସମ୍ପର୍କ ରହିଛି । ଆମର ଜନଜାତୀୟ ସମାଜ ଖେଳରେ ଅଭୂତପୂର୍ବ ପ୍ରଦର୍ଶନ ଦଖାଇବା ସହ ସବୁବେଳେ ଦେଶକୁ ଗୌରବାନ୍ୱିତ କରିଛନ୍ତି ।
ରାଷ୍ଟ୍ରୀୟ ଶିକ୍ଷା ନୀତି ଉଭୟ ଖେଳ ଏବଂ ପାଠପଢାକୁ ଗୁରୁତ୍ୱ ଦେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରୋତ୍ସାହନ କାରଣରୁ ହିଁ ଆଜି ଦେଶରେ ‘ଖେଲୋଗେ ତୋ ଖିଲୋଗେ’ ଭଳି ମାହୋଲ ତିଆରି ହୋଇଛି । ବ୍ୟକ୍ତିର ସାମଗ୍ରିକ ବିକାଶ ପାଇଁ ଖେଳର ବହୁତ ବଡ ଆବଶ୍ୟକତା ଅଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଆମେ ଖେଳ ଓ କୌଶଳ ବିକାଶକୁ ଆଗେଇ ନେବା ଏବଂ ପାଠପଢା ସହ ରୋଜଗାର କରିବା ପାଇଁ ଅନେକ ନୀତି ତିଆରି ହେଉଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।
