ଭାରତୀୟ ଦୁତାବାସରେ ଥିବା ଅଡିଟୋରିୟମ ଏକ ମିନି ଓଡିଶାରେ ପରିଣତ କରାଯାଇଥିଲା । ଏହି ଅବସରେ ପରିବେଶଣ କରାଯାଇଥିବା ସମ୍ବଲପୁରୀ ସଙ୍ଗୀତ ଓ ନୃତ୍ୟ ସମସ୍ତ ଉପସ୍ଥିତିରେ ଦର୍ଶକଙ୍କୁ ଆକର୍ଷିତ କରିଥିଲ । ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଭାବେ ପଶ୍ଚିମ ଓଡ଼ିଶାର ଦୁଇ କଳାକାର ଯୋଗେଶ ଜୋଜୋ ଓ ଦୁର୍ଗା ମାଧବ ପଣ୍ଡାଙ୍କୁ ନିମନ୍ତ୍ରଣ କରାଯାଇଥିଲା । ନୂଆଁଖାଇ ଭେଟଘାଟ ଅବସରରେ ଏକ ସମ୍ବଲପୁରୀ କ୍ୟାଲେଣ୍ଡର ଉନ୍ମୋଚିତ ହୋଇଥିଲା ।
ଭାରତୀୟ ଦୁତାବାସରେ ଥିବା ଅଡିଟୋରିୟମ ହେଲା ମିନି ଓଡିଶା

ଅର୍ଗସ ବ୍ୟୁରୋ : ଦୁବାଇରେ ପାଳନ ହେଲା ନୂଆଁଖାଇ ଭେଟଘାଟ, ଆୟୋଜିତ ହେଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ବିଦେଶ ରେ ଧୁମଧାମରେ ପାଳନ ହେଲା ନୂଆଁଖାଇ । ଦୁବାଇରେ ୟୁଏଇ ନୂଆଁଖାଇ ପରିବାର ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ନୂଆଁଖାଇ ପାଇ ଭାରତ ବାହାରେ ଆୟୋଜିତ ହୋଇଥିବା ଏହା ସବୁଠୁ ବଡ କାର୍ଯ୍ୟକ୍ରମ । ପଶ୍ଚିମ ଓଡିଶା ର ଭାଷା ସସ୍କୃତି, ନୃତ୍ୟ ଓ ହସ୍ତତନ୍ତ୍ର ଉପସ୍ଥିତିରେ ଦର୍ଶକଙ୍କୁ ମନ ମୁଗ୍ଧ କରିଥିଲା ।
Download Argus News App
