ଆମେରିକାର ସାମରିକ ବିମାନରେ ସହାୟତା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ବେଳେ ଆମେରିକାର ବାୟୁସେନା C-17 ବିମାନରେ ଏହି ଶିଶୁ ପ୍ରସବ ଘଟଣାଟି ଘଟିଛି। ବିମାନଟି ପଶ୍ଚିମ ରାମଷ୍ଟାଇନ ସାମରିକ ବେସ ପାଇଁ ଯାତ୍ରା କରୁଥିବା ବେଳେ ମଝି ଆକାଶରେ ଶିଶୁ ପ୍ରସବ କରିଥିଲେ ମହିଳା ଜଣକ ।
ଆମେରିକାର ଆର୍ମି ଏୟାର ମୋବିଲିଟି କମାଣ୍ଡ ଟ୍ୱିଟ କରି ଜଣାଇଛନ୍ତି ଯେ, ଜଣେ ଗର୍ଭବତୀ ଆଫଗାନିସ୍ତାନ ମହିଳା ଶନିବାର ବିମାନ ଉଡ଼ାଣ ସମୟରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ପ୍ରସବ ଯନ୍ତ୍ରଣା ସମୟରେ ବାୟୁଚାପ ହ୍ରାସ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଫଳରେ ମହିଳା ଜଣକ ସୁସ୍ଥ ଭାବେ ଶିଶୁ ପ୍ରସବ କରିଛନ୍ତି।
ଆମେରିକାର ଡାକ୍ତରୀ କର୍ମଚାରୀମାନେ ମହିଳାଙ୍କୁ ପ୍ରସବ କରିବାରେ ସାହାଯ୍ୟ କରି ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଉଭୟ ପ୍ରସୂତୀ ଓ ନବଜାତକ ସୁସ୍ଥ ଥିବା ଜଣାପଡିଛି।