ଘରୋଇ କ୍ରିକେଟରେ ଦମଦାର ପ୍ରଦର୍ଶନ କରିଥିବା ଶାନ ମସୁଦଙ୍କ ଟି-୨୦ ଅନ୍ତର୍ଜାତୀୟ ପଦାର୍ପଣ କରିବା ବାକି ରହିଛି । ହାଇଦର ଅଲ୍ଲୀଙ୍କୁ ଦଳରେ ସୁଯୋଗ ମିଳିଛି । ସେ ଶେଷ ଥର ୨୦୨୧ ଡିସେମ୍ବରରେ ପାକିସ୍ତାନ ପକ୍ଷରୁ ଖେଳିଥିଲେ । ଫକର ଜମାନଙ୍କୁ ଦଳରେ ସ୍ଥାନ ମିଳିନଥିବା ବେଳେ ରିଜର୍ଭ ଖେଳାଳି ଭାବେ ଦଳରେ ରଖାଯାଇଛି । ତାଙ୍କ ସ୍ଥାନ ନେଇଛନ୍ତି ହାଇଦର ଅଲ୍ଲୀ । ଦଳର ତାରକା ବୋଲର ଶାହିନ ଶାହ ଆଫ୍ରିଦିଙ୍କୁ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।
ଟି-୨୦ ବିଶ୍ଵ କପ୍ ପାଇଁ ପାକିସ୍ତାନ ଦଳ
ବାବର ଆଜମ(ଅଧିନାୟକ), ଶାଦାବ ଖାନ(ଉପ ଅଧିନାୟକ), ଆସିଫ ଅଲ୍ଲୀ, ହାଇଦର ଅଲ୍ଲୀ, ହାରିସ ରଉଫ, ଇଫତିକାର ଅହମ୍ମଦ, ଖୁସଦିଲ ଶାହ, ମହମ୍ମଦ ହସନେନ, ମହମ୍ମଦ ନଓ୍ଵାଜ, ମହମ୍ମଦ ରିଜଓ୍ଵାନ, ମହମ୍ମଦ ଓ୍ଵାସିମ, ନସୀମ ଶାହ, ଶାହିନ ଶାହ ଆଫ୍ରିଦି, ଶାନ ମସୁଦ, ଉସ୍ମାନ କାଦିର।
ଖେଳ ଖବର ଆହୁରି ପଢନ୍ତୁ ।