ହସନ ନସରୁଲ୍ଲାହ ଗତ ୩ ଦଶନ୍ଧି ଧରି ହିଜବୁଲ୍ଲାର ମୁଖ୍ୟ ପଦରେ ରହିଥିଲା ନସରୁଲ୍ଲା । ୧୯୮୫ରେ ଆମେରିକା ଓ ରୁଷକୁ ଧମକ ବିଶ୍ୱରେ ଆଲୋଡନ ସୃଷ୍ଟି କରିଥିଲା। କିନ୍ତୁ ସେପଟେ ନସରୁଲ୍ଲାହର ମୃତ୍ୟୁ ଖବରକୁ ଅସ୍ବୀକାର କରିଛି ଇରାନ,ହିଜବୁଲ୍ଲାର ସଂଗଠନ କିଛି ଖବରର ସତ୍ୟତା ନାହିଁ ବୋଲି କହିଛି। କିନ୍ତୁ ଏପଟେ ଇସ୍ରାଏଲର ସେନା ଲଗାତାର ବେରୂତ ସମତେ ଅନେକ ଅଞ୍ଚଳରେ ଆକ୍ରମଣ କରିଚାଲିଛି। ଫଳରେ ବେରୁତରେ ଥିବା ହିଜବୁଲ୍ଲାହର ହେଡକ୍ବାର୍ଟର ଉପରେ ଭୀଷଣ ଏୟାର ଷ୍ଟ୍ରାଇକ୍ ଫଳରେ ବିଲଡିଂଟିକୁ ସମ୍ପୂର୍ଣ୍ଣ ଧ୍ବଂସ କରିଥିବା ଦାବି କରିଛି ଇସ୍ରାଏଲ ଡିଫେନ୍ସ ଫୋର୍ସ । ଏବେବି ଧ୍ବସ୍ତବିଧ୍ବସ୍ତ କୋଠା ତଳେ ଜୀବନ ଖୋଜାଚାଲିଛି । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ବେରୁଟରୁ ପ୍ରାୟ ୩୦ କିଲୋମିଟର ଉତ୍ତରରେ ଘର ଥରି ଉଠିଥିଲା । ବିଗତ ୭୨ ଘଣ୍ଟାରେ ୩୦ ହଜାରରୁ ଅଧିକ ଲୋକ ବେରୁତକୁ ବାଏବାଏ କହି ସିରିଆ ଚାଲିଯାଇଛନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ଦ୍ବାରା ଜାତିସଂଘକୁ ସମ୍ବୋଧନ କରିବାର କିଛି ସମୟ ଭିତରେ ହିଁ ଏହି ଆଟାକ୍ ହୋଇଥିଲା । ଇସ୍ରାଏଲ ଏବଂ ହେଜବୁଲ୍ଲା ମଧ୍ୟରେ ଲଢ଼େଇ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଫଳରେ ଲେବାନନର ସାଧାରଣ ଲୋକଙ୍କ ଜୀବନ ଯାଉଛି। ନେତାନ୍ୟାହୁ କହିଛନ୍ତି ହେଜବୁଲ୍ଲାର ସମସ୍ତ ଶକ୍ତି ଶେଷ ନ କରିବା ପର୍ଯ୍ୟନ୍ତ ଆମେ ଚୁପ୍ ବସିରହିବୁ ନାହିଁ। ତେବେ କେବେ ସରିବ ଏ ମହାଯୁଦ୍ଧ କେବେ ଫେରିବ ଶାନ୍ତି ଅପେକ୍ଷାରେ ବିଶ୍ବବାସୀ