ଆମେରିକା ରାଷ୍ଟ୍ରପତି ବାଇଡେନଙ୍କ ରୁଷିଆ ବିରୋଧୀ ନୀତିକୁ ନିନ୍ଦା କରିଛି ରୁଷ୍। ଫଳରେ ଏଭଳି କଟକଣା ଲଗାଯାଇଛି। ଋଷ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ୱାଶିଂଟନ ଦ୍ୱାରା ଘୋଷିତ କରାଯାଇଥିବା ପ୍ରତିବନ୍ଧର ଏହା କଡା ଜବାବ।
ଗତମାସରେ ରୁଷ ବୈଦେଶିକ ମନ୍ତ୍ରୀଙ୍କ ସହ ପ୍ରତିନିଧି ଦଳ ମିଳିତ ଜାତିସଂଘ ଯିବାକୁ ପ୍ରସ୍ତୁତ ହେଉଥିଲା। ହେଲେ ଆମେରିକା ସେମାନଙ୍କୁ ଭିସା ଦେଇ ନ ଥିଲା। ଯାହାର ପ୍ରତିଫଳ ସ୍ବରୂପ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ରୁଷ ମାଟି ମାଡିବାକୁ ପ୍ରତିବନ୍ଧକ ଲଗା ଯାଇଛି।