ପାକିସ୍ତାନକୁ ଆକ୍ଷେପ କରି ଆତଙ୍କବାଦ କେବେ ହେଲେ ବାଣିଜ୍ୟ ଏବଂ ଯୋଗାଯୋଗ ବୃଦ୍ଧି କରିବ ନାହିଁ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି,ଯଦି ଦୁଇ ଦେଶର ସୀମାରେ ଆତଙ୍କବାଦ ଏବଂ ବିଚ୍ଛନ୍ନତାବାଦ ମନୋଭାବ ରହେ, ତେବେ ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ସମ୍ପର୍କକୁ ସହଯୋଗ କରିବା ସମ୍ଭବ ନୁହେଁ। ବିକାଶ ଏବଂ ଅଭିବୃଦ୍ଧି ସର୍ବଦା ଶାନ୍ତି ଏବଂ ସ୍ଥିରତା ଉପରେ ନିର୍ଭର କରେ। ଆତଙ୍କବାଦର ବିନାଶ ନ ହେଲେ, ବିକାଶ ହୋଇପାରିବ ନାହିଁ। ବର୍ତ୍ତମାନ ସମୟରେ ଆତଙ୍କବାଦ, ବିଚ୍ଛିନ୍ନତାବାଦ ଏବଂ ଉଗ୍ରବାଦ ବିରୋଧରେ ଲଢେଇ କରିବା ଏସଓସିର ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ଜୟଶଙ୍କର