ସୋସିଆଲ ମିଡିଆଠୁ ଆରମ୍ଭ କରି ଟିଭି ତ ପୁଣି ଖବର କାଗଜ । ସବୁଠି ଏବେ ଗୋଟିଏ ଚର୍ଚ୍ଚା ଏଆଇକୁ ନେଇ । ତେବେ ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ ଝିଅର ମୃତ୍ୟୁ ପରେ ପରିବାରରେ ଖେଳିଯାଇଥିଲା ଶୋକର ଛାୟା । ହେଲେ ସମୟକ୍ରମେ ମନରୁ ଝିଅର ମୃତ୍ୟୁ କଥା ଧୀରେ ଧୀରେ ଭୁଲିବାକୁ ଲାଗନ୍ତି ପରିବାରର ଲୋକେ । ଏହାରି ଭିତରେ ୧୮ ବିତିଯାଏ । ଆଉ ହଠାତ୍ ନିଜ ଝିଅକୁ ଦେଖନ୍ତୁ ବାପା । ଆଶ୍ଚର୍ଯ୍ୟ ଓ ଚକିତ ହୋଇଯାଆନ୍ତି କି ଝିଅର ତ ମୃତ୍ୟୁ ହୋଇସାରିଛି । ସେ ପୁଣି ବଞ୍ଚିଲା କେମିତି ? ଖବର କାଗଜରୁ ଫଟୋ ଦେଖି ସଂପୃକ୍ତ ସଂସ୍ଥା ପାଖରେ ପହଞ୍ଚିଲେ ବାପା । ଏବଂ ମଲା ଝିଅ ଜେନିଫର ଆନ କେମିତି ବଞ୍ଚିଲା ସେନେଇ ଆରମ୍ଭ କରନ୍ତି ଖୋଳତାଡ଼ ।
୨୦୦୬ରେ ଝିଅର ହତ୍ୟା ହେବା ପରେ ଅପରାଧୀଙ୍କୁ ଧରିବାକୁ ଜେନିଫରଙ୍କ ପରିବାର ପୋଲିସ ଉପରେ ଚାପ ପ୍ରୟୋଗ କରନ୍ତି । କିନ୍ତୁ ସେଥିରେ ସଫଳତା ମିଳିଥିଲା କି ନାହିଁ ସେନେଇ କିନ୍ତୁ କୌଣସି ସ୍ପଷ୍ଟ ସୂଚନା ନାହିଁ । ହେଲେ ଝିଅର ଫଟୋ କେମିତି ତାଙ୍କ ବିନା ଅନୁମତିରେ ବ୍ୟବହାର କରାଗଲା ? କାମରେ ଲଗାଗଲା ? ସେନେଇ ଆପତ୍ତି କରିବା ସହିତ ପୁରା ଘଟଣାର ତଦନ୍ତ କରିବାକୁ ଦାବି ବି କରନ୍ତି । ଅବଶ୍ୟ ସଂପୃକ୍ତ ସଂସ୍ଥା ଜେନିଫଙ୍କର ଫଟୋ ହଟାଇଦେଇଛି ।
ମାମଲା ସାମ୍ନାକୁ ଆସିବା ପରେ ଲୋକଙ୍କ ସୁରକ୍ଷାକୁ ନେଇ ବଡ ପ୍ରଶ୍ନ ଉଙ୍କି ମାରୁଛି। ଜଣେ ବ୍ୟକ୍ତିଙ୍କ ଫଟୋ ଏବଂ ଭିଡିଓ ତାଙ୍କ ମୃତ୍ୟୁ ପରେ ଅପବ୍ୟବହାର ହୋଇପାରିବ କି ? ଏଆଇର ଏମିତି ବ୍ୟବହାରକୁ ନେଇ ସାଧାରଣ ଜନତା ଚିନ୍ତିତ । କାରଣ ଏବେ ଯେଉଁପରି ଭାବରେ ଅପରାଧ ଘଟୁଛି , ଯଦି କୌଣସି ବ୍ୟକ୍ତିଙ୍କ ଫଟୋ ଏଆଇ ଅପରାଧୀ କାମରେ ବ୍ୟବହାର କରେ ତାହାଲେ ଦୋଷୀ ହେବ କିଏ ? କିଛି ଏମିତି ପ୍ରଶ୍ନ ଭିତରେ ଜେନିଫଙ୍କୁ ନେଇ କିନ୍ତୁ ଏବେ ଚର୍ଚ୍ଚା ଜୋର ଧରିଛି ।