ତେବେ ଦେଖିବାକୁ ଗଲେ ପାକିସ୍ତାନରେ ଚୀନର ନାଗରିକ ମାନଙ୍କ ଉପରେ ଆକ୍ରମଣ କିଛି ନୂଆ କଥା ନୁହେଁ । ବାରମ୍ବାର ଚୀନ ନାଗରିକ ମାନଙ୍କୁ ପାକିସ୍ତାନରେ ଆକ୍ରମଣ କରାଯାଇଛି ।ପାକିସ୍ତାନର ବଲୁଚିସ୍ତାନରେ ଗ୍ୱାଦର ବନ୍ଦର ନିର୍ମାଣ ବେଳେ ମଧ୍ୟ ଚୀନର ଇଂଜିନିୟର ଓ ଅନ୍ୟ ନାଗରିକ ମାନଙ୍କୁ ନେଇ ଯାଉଥିବା ବସ ଉପରେ ଆକ୍ରମଣ ହୋଇଥିଲା । ଏଥିରେ ଦଶ ଜଣ ଚୀନର ଇଂଜିନିୟର ପ୍ରାଣ ହରାଇଥିଲେ । ଏହି ଆକ୍ରମଣକୁ ଚୀନ ସହଜରେ ନେଇ ନ ଥିଲା । ଚୀନ ଏହି ଆକ୍ରମଣକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେବା ସହ ଏହି ଆକ୍ରମଣରେ ପ୍ରାଣ ହରାଇଥିବା ଚୀନର ଇଂଜିନିୟର ମାନଙ୍କ ପାଇଁ ମୋଟା ଅଂକର କ୍ଷତିପୂରଣ ପାକିସ୍ତାନକୁ ଦେବାକୁ ବାଧ୍ୟ କରିଥିଲା ।
କେବଳ ସେତିକି ନୁହେଁ ଗତ ବର୍ଷ ପାକିସ୍ତାନର ପେଶାବର ସହରରେ ମଧ୍ୟ ଚୀନର ଅନେକ ନାଗରିକ ମାନଙ୍କ ଉପରେ ଆକ୍ରମଣ ହୋଇଥିଲା । ଏଥିରେ ଚୀନର ଡାକ୍ତର ଦମ୍ପତିଙ୍କ ଉପରେ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣରେ ଚୀନର ଡାକ୍ତର ଦମ୍ପତିଙ୍କ ସମେତ ତାଙ୍କର ପରିବାରର ଅନ୍ୟ ଲୋକ ମାନଙ୍କର ମଧ୍ୟ ଜୀବନ ଯାଇଥିଲା । ସେହିପରି କରାଚୀ ବିଶ୍ୱବିଦ୍ୟାଳୟରେ ଚୀନର ଭାଷା ପଢାଇବାକୁ ଆସିଥିବା ଚୀନର ଶିକ୍ଷକ ମାନଙ୍କୁ ମଧ୍ୟ ଆତ୍ମଘାତୀ ବୋମା ବିସ୍ଫୋରଣରେ ହତ୍ୟା କରାଯାଇଥିଲା । ଏହା ବଲୋଚିସ୍ତାନର ସ୍ୱାଧୀନତା ସଂଗ୍ରାମୀ ମାନେ କରିଥିଲେ । ତେଣୁ ଦୀର୍ଘ ଦିନ ଧରି ପାକିସ୍ତାନରେ ଚୀନର ନାଗରିକ ମାନଙ୍କ ଉପରେ ଆକ୍ରମଣ ଜାରୀ ରହିଛି ।
ଜାପାନର ଏକ ଖବର କାଗଜ ନିକେଇ ଏସିଆ ପକ୍ଷରୁ ପାକିସ୍ତାନରେ ଥିବା ଚୀନର ନାଗରିକ ଓ ସେମାନଙ୍କର ବ୍ୟବସାୟ ପ୍ରତି ବିପଦକୁ ନେଇ ଏକ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶିତ କରିଛି । ଏହି ରିପୋର୍ଟରେ କୁହାଯାଇଛି ଯେ ପାକିସ୍ତାନରେ ଅନେକ ଇସଲାମୀ ଆତଙ୍କବାଦୀ ସଂଗଠନ ପାକିସ୍ତାନରେ ରହୁଥିବା ଚୀନର ନାଗରିକ ଓ ସେନମାନଙ୍କର ବ୍ୟବସାୟକୁ ଟାର୍ଗେଟ କରିବାକୁ ଷଡଯନ୍ତ୍ର କରୁଛନ୍ତି । ପାକିସ୍ତାନର ସରକାରର ପୃଷ୍ଠପୋଷକତା କାରଣରୁ ପାକିସ୍ତାନରେ ଚୀନର ନାଗରିକ ଓ ସେମାନଙ୍କର ବ୍ୟବସାୟ ବଢିବାରେ ଲାଗିଛି । ତେଣୁ ସ୍ଥାନୀୟ ଲୋକ ମାନଙ୍କ ମଧ୍ୟରେ ଏହା ବିରୁଦ୍ଧରେ ଅସନ୍ତୋଷ ଦେଖା ଦେଉଛି । ତେଣୁ ଆତଙ୍କବାଦୀ ସଂଗଠନ ମାନେ ଚୀନର ନାଗରିକ ଓ ସେମାନଙ୍କର ବ୍ୟବସାୟକୁ ଟାର୍ଗେଟ କରିବାକୁ ଚାହୁଁଛନ୍ତି ।
ଅଧିକ ପଢ଼ନ୍ତୁ ବିଦେଶ ଖବର: