ଅଧିକାଂଶ ଲୋକ ଭଜା ଚଣାର ଚୋପାକୁ ବାହାର କରି ଖାଆନ୍ତି କିନ୍ତୁ ଏହାକୁ ବାହାର ନକରି ଖାଇଲେ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଏଥିରେ ଫାଇଵର ପରିମାଣ ଏତେ ମାତ୍ରାରେ ଅଛିଯେ ଵିଭିନ୍ନ କାମ କରିଵା ପାଇଁ ଇଛା ଶକ୍ତି ଵଢିଥାଏ । ଏଵଂ ମେଟାଵୋଲିକ ସ୍ତର ଵଢାଏ ଓ ହଜମକୁ ତ୍ୱରାନ୍ୱିତ କରିଥାଏ
ଭଜା ଚଣା ଚୋପା ଭୁଷି ପରି କାମ କରେ :-
ଭଜା ଚଣା ଚୋପା ଭୁଷି ପରି କାମ କରେ ଯାହା ହଜମ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରେ । ଉଚ୍ଚ କୋଲେଷ୍ଟ୍ରୋଲ୍ କୁ କମାଇଵାରେ ସାହାର୍ଯ୍ୟ କରେ ଏବଂ ଓଜନ କମାଇଵାରେ ମଧ୍ୟ ସାହାଯ୍ୟ ହୋଇଥାଏ । ଏହା ବ୍ୟତୀତ ଏହା ବିଷାକ୍ତ ପଦାର୍ଥକୁ ବାହାର କରିଥାଏ ଯାହା ଫ୍ୟାଟି ଲିଭର ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ । ତେଣୁ, ଯେଉଁମାନଙ୍କର ଫ୍ୟାଟି ଲିଭର ରୋଗ ଅଛି ସେମାନେ ଏହାକୁ ଖାଇବା ଜରୁରୀ ।
ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ
ମଧୁମେହ ରୋଗୀମାନେ ଏହାର ଚୋପା ସହିତ ଭଜା ଚଣା ଖାଇବା ଜରୁରୀ । ଏହା ମେଟାବୋଲିଜିମ୍ କୁ ତ୍ୱରାନ୍ୱିତ କରିଥାଏ ଏବଂ ଇନସୁଲିନ୍ ଉତ୍ପାଦନକୁ ବଢାଇଥାଏ । କେବଳ ଏତିକି ନୁହେଁ ମଧୁମେହରେ କୋଷ୍ଠକାଠିନ୍ୟର ଲକ୍ଷଣ ହ୍ରାସ କରିବାରେ ସହାୟକ ହୋଇଥାଏ ।
କୋଷ୍ଠକାଠିନ୍ୟରେ ଉପକାରୀ
ଏହାର ଚୋପା ସହିତ ଭଜା ଚଣା ଖାଇବା ଦ୍ୱାରା କୋଷ୍ଠକାଠିନ୍ୟର ମୁକାବିଲା କରିବାରେ ସାହାଯ୍ୟ କରେ । ଏହା ହଜମକୁ ତ୍ୱରାନ୍ୱିତ କରେ ଏବଂ ଅନ୍ତନଳୀ ଗତିକୁ ତ୍ୱରାନ୍ୱିତ କରେ ଯାହା ଅନ୍ତନଳୀ ଗତିକୁ ସହଜ କରିଥାଏ ଏବଂ କୋଷ୍ଠକୁ ରୋକିଥାଏ । ଯାହା ପାଇଲସ୍ ରୋଗୀଙ୍କ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ