ନଡ଼ିଆ ତେଲ ଏବଂ ଭିଟାମିନ ଇ ବ୍ୟବହାର କରିବାର ଫାଇଦା:
ମୁହଁରେ ରିଙ୍କଲସକୁ କମାଇବା ପାଇଁ ଭିଟାମିନ ଇ ସହିତ ନଡ଼ିଆ ତେଲ ମିଶାଇ ଲଗାନ୍ତୁ। ଭିଟାମିନ ଇ ତେଲ ସ୍କିନକୁ ହାଇଡ୍ରେଟ ରଖେ। ଏବଂ ରିଙ୍କଲ୍ସ ହେବା ଲକ୍ଷଣକୁ କମ କରେ। ଏଥିପାଇଁ ଗୋଟିଏ ଚାମଚ ନଡ଼ିଆ ତେଲରେ ଗୋଟିଏ ଭିଟାମିନ E କ୍ୟାପସୁଲ ମିଶାନ୍ତୁ। ବର୍ତ୍ତମାନ ଆପଣଙ୍କ ପ୍ୟାକ ରେଡି। ଏହାକୁ ମୁହଁରେ ଧୀରେ ଧୀରେ ଆପ୍ଲାଏ କରନ୍ତୁ।
ଚେହେରାର ଚମକ ବଢ଼ାଇଥାଏ: ଚେହେରାର ଚମକ ବଢ଼ାଇବା ପାଇଁ ଆପଣ ନଡ଼ିଆ ତେଲ ,ବଂ ଭିଟାମିନ ଇ ବ୍ୟବହାର ପ୍ରତିଦିନ କରନ୍ତୁ। ଏହା ପ୍ରଥମତଃ ବିଷାକ୍ତ ପଦାର୍ଥ ବାହାର କରିବା ସହ ଚେହେରାର ଚମକ ବଢ଼ାଇଥାଏ।
ବ୍ରଣ ସମସ୍ୟା କମ କରିଥାଏ: ବ୍ରଣ ହେବାଯୋଗୁ ଆମ ସ୍କିନ ବହୁତ ଖରାପ ଦେଖାଯାଏ। ଏଭଳି ପରିସ୍ଥିତିରେ ନଡ଼ିଆ ତେଲ ଏବଂ ଭିଟାମିନ ଇ କ୍ୟାପସୁଲର ମିଶ୍ରଣକୁ ଲଗାନ୍ତୁ ଦେଖିବେ ଧୀରେ ଧୀରେ ବ୍ରଣ ସମସ୍ୟା ଦୂର ହୋଇଯିବ।
ଅଧିକ ପଢ଼ନ୍ତୁ ଜୀବନଶୈଳୀ ଖବର