ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ନିଜ ଗାଁ ପାଇଁ ରାସ୍ତା ନିର୍ମାଣ କରୁଛନ୍ତି ଗ୍ରାମବାସୀ। ସୂଚନା ଅନୁଯାୟୀ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ କୁଟିକିଆ ପଞ୍ଚାୟତ ର 5 ଟି ଗାଁ କୁ ନିତିଦିନିଆ ପକ୍କା ରାସ୍ତା ନାହିଁ। ଜିରିଡ଼ିିିପାଙ୍ଗା ଛକ ଠାରୁ ଏକ କିଲୋ ମିଟର ସମ୍ପୂର୍ଣ୍ଣ ମାଟି ରାସ୍ତା । ଗାଜୁରପଡ଼ି , ଲାଇନପାଲି, ଡଗରା ପାଙ୍ଗା , ଡମପାଡ଼ା ଓ ଗୁପ୍ତା ପାଙ୍ଗା ର ଗ୍ରାମବାସୀ ମାନେ ବ୍ଲକ ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଙ୍କୁ ବହୁବାର ଅଭିଯୋଗ କରିଛନ୍ତି । କିନ୍ତୁ କିଛି ସୁଫଳ ମିଳି ନାହିଁ। ସେଥିପାଇଁ ସ୍ଥାନୀୟ ଗ୍ରାମବାସୀମାନେ ଆଜି ଏକତ୍ରିତ ହୋଇ ମିଳିତ ଭାବେ ନିଜେ ଶ୍ରମ ଦାନ କରି ଗାଁ ରାସ୍ତା କୁ ମରାମତି କରୁଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବାର ମ୍ୟାଚ୍ର ଦ୍ୱିତୀୟ ଦିନରେ କିଓ୍ୱି ବୋଲରଙ୍କ ଆଗେ ଧରାଶାୟୀ ହୋଇଥିଲେ ଟିମ୍ ଇଣ୍ଡିଆ ବ୍ୟାଟର । ପ୍ରଥମ ଇଂନିସ ହାରିବା ପରେ ଦ୍ୱିତୀୟ ସିଜନକୁ କମ୍ବ୍ୟାକ୍ କରିବାକୁ ଚେଷ୍ଟ କରିଥିଲା ରୋହିତ ବ୍ରିଗେଡ ।
ଭାରତୀୟ ଦଳର ସବୁଠୁ ବଡ ଆଶା ଥିଲା ଷ୍ଟାର ବ୍ୟାଟ୍ସମ୍ୟାନ୍ ତଥା ପୂର୍ବତନ ଅଧିନାୟକ ବିରାଟ କୋହଲି ଓ ରୋହିତ ଓ କ୍ୟାପଟେନ୍ଙ୍କ ଉପରେ । କିନ୍ତୁ ସେ କରିଥିଲେ ନିରାଶ । ମୈଦାନରେ ଚାଲିନଥିଲା ଏମାନଙ୍କ ଯାଦୁ । ୯ ବଲର ସମ୍ମୁଖୀନ ହୋଇ ବିରାଟ କୋହଲି ମାତ୍ର ଗୋଟିଏ ରନ୍ ସ୍କୋର କରିଥିଲେ । ଇନିଂସର ୨୪ ତମ ଓଭରରେ କିଙ୍ଗ କୋହଲିଙ୍କୁ ବାମହାତୀ ସ୍ପିନର ମିଚେଲ ସାଣ୍ଟନରଙ୍କ ସ୍ପିନର ଶିକାର ହୋଇଥିଲେ । କୋହଲି ମିଡିଲ ଷ୍ଟମ୍ପ ଆଡକୁ ଯିବାବେଳେ ଭୁଲ ଲାଇନରେ ଲୋୟର ଫୁଲ୍ ଟସ୍ ବଲ୍ ଖେଳିଥିଲେ ।
କୋହଲି ଏସୀୟ ପିଚ୍ରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ୨୦୨୧ରେ ତାଙ୍କ ଟେଷ୍ଟ ରେକର୍ଡକୁ ଦେଖିଲେ, ସ୍ପିନ ବିପକ୍ଷରେ ତାଙ୍କ ରେକର୍ଡ ବହୁତ ଖରାପ ହୋଇଛି। କୋହଲି ୨୦୨୧ ପରଠାରୁ ଏସିଆରେ ସ୍ପିନ ବିପକ୍ଷରେ ୨୧ ଥର ଆଉଟ ହୋଇଛନ୍ତି। ଗତ କିଛି ବର୍ଷ ମଧ୍ୟରେ ସ୍ପିନ ବିପକ୍ଷରେ କୋହଲି ଏକ ନିରାଶାଜନକ ପ୍ରଦର୍ଶନ କରିଛନ୍ତି। ବେଙ୍ଗାଲୁରୁ ଟେଷ୍ଟରେ ମଧ୍ୟ କୋହଲି ସମାନ ଢଙ୍ଗରେ ଆଉଟ ହୋଇଥିଲେ। ସେ ବେଙ୍ଗାଲୁରୁ ଟେଷ୍ଟରେ ୭୦ ରନ ସ୍କୋରରେ ବ୍ୟାଟିଂ କରୁଥିଲେ। କିନ୍ତୁ ତା’ପରେ ନ୍ୟୁଜିଲାଣ୍ଡର ସ୍ପିନର ଗ୍ଲେନ ଫିଲିପ୍ସ ତାଙ୍କ ଉଇକେଟ୍ ନେଇଥିଲେ।
କୋହଲିଙ୍କ ପାଇଁ ସବୁଠାରୁ ବଡ ସମସ୍ୟା ହେଉଛି left handed orthodox ସ୍ପିନ୍ ବୋଲର ମିଚେଲ ସାଣ୍ଟନରଙ୍କ ପରି ବୋଲରମାନେ ତାଙ୍କୁ ବହୁତ ଅସୁବିଧାରେ ପକାନ୍ତି। କୋହଲି ୨୦୨୧ ପରଠାରୁ ସ୍ପିନରଙ୍କ ବିପକ୍ଷରେ ୨୬ଟି ଇନିଂସରେ ୨୧ ଥର ଆଉଟ ହୋଇଛନ୍ତି। ଏହି ଅବଧି ମଧ୍ୟରେ, left handed orthodox ସ୍ପିନରମାନେ ତାଙ୍କୁ ୧୦ଥର ଆଉଟ୍ କରିଛନ୍ତି। ତାଙ୍କ ବିପକ୍ଷରେ କୋହଲିଙ୍କ ଷ୍ଟ୍ରାଇକରେଟ ହାରାହାରି ୨୭.୧୦% ରହିଛି।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର
ଅର୍ଗସ ବ୍ୟୁରୋ: ବାତ୍ୟାର ପ୍ରକୋପ ସେତେ ହେଲାନି, କିନ୍ତୁ କଚ୍ଚା ଘରେ ରହୁଥିବାଗରିବଙ୍କ ମୁଣ୍ଡ ଉପରେ ପଡ଼ିଲା ଚଡ଼କ। ପବନ ମାଡ଼ରେ ଭଦ୍ରକ ବାସୁଦେବପୁର ପୌରାଞ୍ଚଳ ୱାର୍ଡ ନଂ 23ରେ ମହେଶ୍ବର ମହାକୁଡ଼ଙ୍କ ଘର ଉପରେ ଉପୁଡ଼ି ପଡ଼ିଲା ପାଖରେ ଥିବା ଲିମ୍ବ ଗଛ। ଘରେ ଶୋଇଥିବା ମହେଶ୍ବରଙ୍କ ସାନ ଭାଇ, ଭାଉଜଙ୍କ ସମେତ ପିଲାମାନଙ୍କ ଜୀବନ ସିନା କୌଣସି ମତେ ବଞ୍ଚିଗଲା, କିନ୍ତୁ ଘର ସହ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ସବୁ ଆସବାବପତ୍ର । ବାସୁଦେବପୁର ରାଜଘର ପୋଖରୀ ସାନମଛୁଆ ଗାଁର ଲଷ୍ମୀକାନ୍ତ ସାହୁଙ୍କ ପରିବାର ବି ଭୋଗିଛନ୍ତି ସମାନ ଦଶା। ଘର ଉପରେ ପଡ଼ିଲା ପାଖରେ ବଡ଼ ୟୁକାଲିପଟାସ ଗଛ । କେହି ମୃତାହତ ହୋଇନଥିଲେ ବି ପୁରା ପରିବାର ହୋଇଯାଇଛନ୍ତି ବାସହରା।
କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ୍ ଭାଟେଣୀ ଓ ବଗଗହଣ ଗାଁରେ ବି ପବନ ଓ ବର୍ଷା ପ୍ରଭାବରେ ଘର ଭାଙ୍ଗିଯିବାରୁ ବାସହୀନ ହୋଇଛନ୍ତି ଲକ୍ଷ୍ମୀ ମଣ୍ଡଳ ଓ ପୁରଞ୍ଜନ ମଣ୍ଡଳଙ୍କ ପରିବାର । ଇଏ ତ ଭାତହାଣ୍ଡିରୁ କେତୋଟି । ପବନ ଓ ବର୍ଷା ଯୋଗୁଁ ଘର ଭାଙ୍ଗିଯିବାରୁ ବାସହୀନ ହୋଇଛନ୍ତି ରାଜ୍ୟର ଏମିତି ଶହ ଶହ ପରିବାର। ଆଉ ବାତ୍ୟା ଦାନା ଖୋଲିଦେଇଛି ରାଜ୍ୟରେ ଗରିବଙ୍କ ବିକାଶ ନାଁରେ 24 ବର୍ଷ ଧରି ଶାସନ କରିଥିବା ବିଜେଡି ସରକାରର ଅପାରଗତା, ବିଫଳତାର ପୋଲ୍। ଏଥିସହ ଖୋଲିଛି ନବୀନ ସରକାର ମିଛ ପ୍ରଚାରର ଗୁମର।
ଏ ଗରିବଙ୍କୁ ଆବାସ ଯୋଜନାରେ ପକ୍କା ଘର ମିଳିଥିଲେ ଆଜି ଏମାନେ ଏମିତି ଦୁର୍ଦ୍ଦଶାର ସାମ୍ନା କରୁନଥାନ୍ତେ । ପ୍ରକୃତରେ ଗରିବ ଓଡ଼ିଶାଙ୍କୁ ପକ୍କାଘର ମିଳିବାରେ ବାଧକ ସାଜିଥିଲେ ନବୀନ ସରକାର। ମୋଦି ନାଁ ନେଇଯିବେ, ସେଥିପାଇଁ ଗରିବଙ୍କୁ ଘର ଦେଉନଥିଲେ ବିଜେଡି ସରକାର। ଏ ସମ୍ପର୍କରେ ଗତ ଜୁଲାଇ ମାସରେ ବିଧାନସଭାରେ ପଞ୍ଚାୟତିରାଜ ମନ୍ତ୍ରୀ ରଖିଥିବା ଉତ୍ତର ଖୋଲିଥିଲା ବିଜେଡି ସରକାରର ପୋଲ। ଯୋଗ୍ୟ ହିତାଧିକାରୀଙ୍କ ତାଲିକା ନ ଦେବାରୁ ୨୦୧୬ ରୁ ୨୦୨୪ ମଧ୍ୟରେ ଓଡ଼ିଶାରୁ ୬ ଲକ୍ଷ ୫୬ ହଜାର ୯୪୫ ପକ୍କା ଘର ଫେରି ଯାଇଛି। ଏବେ ବି ୧ ଲକ୍ଷରୁ ଅଧିକ ପରିବାର ଆବାସ ପାଇଁ ଆବେଦନ କରି ଅପେକ୍ଷାରେ ଅଛନ୍ତି । ବିଜେଡି ସରକାରର ପ୍ରିୟା ପ୍ରୀତି ତୋଷଣ ପାଇଁ ବି ଗାଁର ଗରିବ ଲୋକେ ବା ଯୋଗ୍ୟ ହିତାଧିକାରୀ ପକ୍କା ଘର ପାଇବାରୁ ବଞ୍ଚିତ ହୋଇଛନ୍ତି । ବାସହୀନ ଗରିବଙ୍କ ଏ ଦୁର୍ଦ୍ଦଶା ଏବେ ନୂଆ ବିଜେପି ସରକାର ଆଗରେ ସୃଷ୍ଟି କରିଛି ବଡ଼ ଚ୍ୟାଲେଞ୍ଜ । ପ୍ରଶ୍ନ ହେଲା ପରବର୍ତ୍ତୀ ବାତ୍ୟା ପୂର୍ବରୁ ଓଡ଼ିଶା କଚ୍ଚା ଘର ଶୂନ୍ୟ ହୋଇପାରିବ କି ?
ଅଧିକ ପଢ଼ନ୍ତୁ ଓଡିଶା ଖବର: