ନିଜ ଶରୀରର ମେଟାବୋଲିଜିମ୍ ଠିକ ରଖିବା ପାଇଁ ଜଳଖିଆ ନାହାତି ଖାଆନ୍ତୁ । ଅଧିକାଂଶ ଲୋକ ଧାଉଁଥିବା ଏ ଜୀବନରେ ଜଳଖିଆ ଖାଇବା ଭୁଲି ଯାଆନ୍ତି । ସେମାନେ ଭାବନ୍ତି ଯେ, ଫିଟ ରହିବା ପାଇଁ ଜଳଖିଆ ନ ଖାଇଲେ ଭଲ । କିନ୍ତୁ, ଜମାରୁ ଏଭଳି କରନ୍ତୁ ନି । ଏହାର ପ୍ରଭାବ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପଡିବ। ଫିଟ ରହିବା ପାଇଁ ୩ ଥର ଖାଇବା ସ୍ଥାନରେ ୫ ରୁ ୬ ଥର କମ୍ କମ୍ ଖାଇବା ବାରମ୍ବାର ଖାଇବା ଆବଶ୍ୟକ । ଖାଇବାକୁ ଚୋବାଇ ଚୋବାଇ ଆରମ୍ଭରେ ଖାଆନ୍ତୁ । ଫଳରେ ଆତ୍ମସନ୍ତୁଷ୍ଟି ମିଳେ ଓ ଶରୀର ସୁସ୍ଥ ରହେ । ଯଦି ଜଣେ ଖାଦ୍ୟକୁ ଭଲରେ ଚୋବାଇ ଚୋବାଇ ଖାଇବ, ତେବେ କମ୍ ଖାଇଲେ ବି ପେଟ ଭରିଯିବ ବୋଲି କହନ୍ତି ବିଶେଷଜ୍ଞମାନେ । ଖାଇବାରେ ସଲାଡକୁ ସାମିଲ କରନ୍ତୁ । ଏହା ଅଧିକ ହେଲେ ଭଲ । ସଲାଡରେ ଡ୍ରେସିଂର ପ୍ରୟୋଗ କରନ୍ତୁ ନି । ଗାଜର, ଟମୋଟୋ, କାକୁଡି ଭଳି ପନିପରିବାର ସେବନ କରନ୍ତୁ । ଏହାଦ୍ୱାରା ଶରୀରରେ ପୌଷ୍ଟିକ ତତ୍ତ୍ୱ ମିଳେ । ସକାଳରୁ ଉଠିବା ପରେ ୨ ଘଣ୍ଟା ଭିତରେ କିଛି ନା କିଛି ଖାଆନ୍ତୁ । ଉଠି ସାରିବା ପରେ ସିଧାସଳଖ ଯାଇ ବ୍ରଶ କରନ୍ତୁ ନାହିଁ । ଏମିତି କରିବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ଅଟେ । ଏସବୁ କରିବା ଦ୍ୱାରା ଶରୀର ସୁସ୍ଥ ରହେ । ପୌଷ୍ଟିକ ଆହାର ନେବା ସହ ବ୍ୟାୟାମ କରନ୍ତି । ଯାହା ଦ୍ୱାରା ଆପଣ ସ୍ଲିମ, ଟ୍ରିମ ରୁହନ୍ତୁ।
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର: