-କମଳା ଜୁସ୍: ଚେହେରାରେ ବିଭିନ୍ନ ପ୍ରକାର ଦାଗ ଦୂର କରିବାପାଇଁ କମଳା ଜୁସ ବେଶ ଭଲ କାମ ଦେଇଥାଏ। ଏହା ଚେହେରାରୁ ଅତ୍ୟଧିକ ଅଏଲି କରି ନ ଥାଏ। ଏକ୍ସଟ୍ରା ଅଏଲକୁ ଦୂର କରିଥାଏ। ଏଥିପାଇଁ ଆପଣ ଏକ ବାଉଲରେ କମଳା ଜୁସ ସହିତ ମହୁର ଏକ ମିଶ୍ରଣ ତିଆରି କରନ୍ତୁ। ତା’ପରେ ଏହାକୁ ଚେହେରାରେ ଲଗାନ୍ତୁ। ଏହାକୁ ୧୫ ମିନିଟି ରଖନ୍ତୁ। ପରେ ଖାଲି ପାଣିରେ ମୁହଁ ଧୋଇ ଦିଅନ୍ତୁ।
-ଗାଜର ଜୁସ: ଗାଜରରେ ଥିବା ପୋଷକ ତତ୍ତ୍ବ ଶରୀର ପାଇଁ ହିତକାରୀ ହୋଇଥିବାବେଳେ ଏହା ତ୍ବଚା ପାଇଁ ମଧ୍ୟ ବେଶ ହିତକାରୀ ହୋଇଥାଏ। ଆପଣ ମାନେ ଗାଜର ଜୁସକୁ ଫେସପ୍ୟାକରେ ସାମିଲ କରିପାରିବେ। ଆପଣମାନେ ଚାହିଁଲେ ଏହାକୁ ଡାଇରେକ୍ଟ ଆପ୍ଲାଏ କରିପାରିବେ। ଆପଣ ଏହାକୁ ସପ୍ତାହରେ ଦୁଇ ତିନି ଥର ବ୍ୟବହାର କରିପାରିବେ। ତା’ପରେ ଦେଖିବେ ଚେହେରା କେମିତି ଚମକୁଛି।
- ଷ୍ଟ୍ରବେରୀ ଜୁସ: ଷ୍ଟ୍ରବେରୀ ଜୁସ ଟ୍ୟାନିଂ ଦୂର କରିବାରେ ରାମବାଣ ହୋଇଥାଏ। ଏଥିପାଇଁ ଗୋଟିଏ ଚାମଚ ବେସନରେ ଷ୍ଟ୍ରବେରୀ ରସ ପକାଇକି ପେଷ୍ଟ ବନାନ୍ତୁ। ପରେ ଏହି ପେଷ୍ଟକୁ ଚେହେରାରେ ଲଗାନ୍ତୁ। ୧୦-୧୫ମିନିଟ ରଖିଲାପରେ ଚେହେରାକୁ ଧୋଇଦିଅନ୍ତୁ। ପରେ ଦେଖନ୍ତୁ କମାଲ।
-କାକୁଡି ଜୁସ: କାକୁଡ଼ି ରସରେ କାଲସିୟମ, ଭିଟାମିନ-ବି, ଭିଟାମିନ-କେ ସହ ଅନ୍ୟ ପୋଷକ ତତ୍ତ୍ବ ଭରି ରହିଛି। ଯାହା ସ୍କିନ ପାଇଁ ସବୁଠୁ ଭଲ ହୋଇଥାଏ। ଆପଣ ପ୍ରତିଦିନ କାକୁଡ଼ି ଖାଆନ୍ତୁ ଏବଂ ଏହାର ଜୁସ କରି ପ୍ରତିଦିନ ରାତିରେ ଲଗାନ୍ତୁ। ଆପଣ ବିଶ୍ବାସ କରିପାରିବେନି ଆପଣଙ୍କ ଚେହେରା କେମିତି ଚମକି ଉଠିବ।
ଜୀବନଶୈଳୀ ଖବର ଆହୁରି ପଢନ୍ତୁ