-ଦିନକୁ ବାରମ୍ବାର ମୁହଁ ଧୋଇବା ଫଳରେ, ତ୍ବଚା ଅଧିକ ରୁକ୍ଷ ହେବା ସହିତ, ତ୍ବଚାରେ ଅଧିକ ଜ୍ବଳନ ଅନୁଭବ ହୋଇଥାଏ ।
-ଦିନକୁ ଅତିକମରେ ୨ ଥର ମୁହଁ ଧୋଇବା ଆବଶ୍ୟକ ବୋଲି କୁହନ୍ତି ତ୍ବଚା ବିଶେଷଜ୍ଞ । ସକାଳେ ଏବଂ ସଂଧ୍ୟାରେ ଦୁଇ ଥର ମୁହଁ ଧୋଇବା ଦ୍ବାରା, ତ୍ବଚାରେ ଲାଗି ରହିଥିବା ମଇଳା ସଫା ହୋଇ, ତ୍ବଚା ଫ୍ରେଶ ଲାଗିଥାଏ ।
-ମୁହଁ ଧୋଇବା ପୂର୍ବରୁ, ପ୍ରଥମେ ହାତକୁ ଭଲଭାବେ ଧୋଇବା ଆବଶ୍ୟକ । ଯାହା ଦ୍ବାରା, ହାତରେ ଲାଗିଥିବା ମଇଳା ମୁହଁକୁ ଯାଇ ନଥାଏ ।
-ମୁହଁରେ ଫେସଓ୍ବାଶ ଲଗାଉଥିଲେ, ପ୍ରଥମେ ତ୍ବଚାରେ ଫେସଓ୍ବାଶ ଲଗାଇ କିଛି ସମୟ ଛାଡିବେ । ଏହାପରେ ତ୍ବଚାକୁ ମସାଜ୍ କରି ଧୋଇବେ । ଏପରି କରିବା ଦ୍ବାରା, ତ୍ବଚାରୁ ଭଲଭାବେ ମଇଳା ସଫା ହୋଇଥାଏ ।