ବିଶେଷଜ୍ଞଙ୍କ ମତରେ ଯଦି ସକାଳର ଜଳଖିଆ ଆମେ ନିୟମିତ ଭାବେ ଖାଇଥାନ୍ତି ତେବେ ଏହା ଆମ ଶରୀରକୁ ଗ୍ଲୁକୋଜ ଯୋଗାଇଥାଏ । ଯାହା ଶରୀରରେ ବ୍ଲଡ ସୁଗର ଲେବଲ ଠିକ୍ ରଖେ । ଅନ୍ୟପକ୍ଷରେ ଯଦି ଆମେ ଦୀର୍ଘ ସମୟ ପର୍ଯ୍ୟନ୍ତ ଜଳଖିଆ ନଖାଇବା ତେବେ ଆମ ଶରୀରରେ ବ୍ଲଡ ସୁଗର ଲେବଲ କମିଯାଏ । ଯେଉଁ କାରଣରୁ ଟାଇପ୍-୨ ଡାଇବେଟିସ୍ ହେବାର ଆଶଙ୍କା ଥାଏ । ତାହେଲେ ଆସନ୍ତୁ ଜାଣିବା ଯଦି ଆମେ ଲଗାତାର ଏକ ମାସ ପର୍ଯ୍ୟନ୍ତ ସକାଳର ଜଳଖିଆ ନକରିବା ତେବେ ଆମ ଶରୀରରେ କେଉଁ ପ୍ରକାରର କ୍ଷତି ହେବ ?
ଚିଡ଼ଚିଡ଼ାପଣ:- ବିଶେଷଜ୍ଞଙ୍କ ମତରେ, ନ୍ୟୁରୋଟ୍ରାନ୍ସମିଟର ଆମର ମନୋବଳକୁ ବହୁ ପରିମାଣାର ପ୍ରଭାବିତ କରାଇଥାଏ । ଯାହା ଆମର ଜଳଖିଆ ଖାଇବା ଦ୍ୱାରା ପ୍ରଭାବିତ ହୋଇଥାଏ । ଯଦି ଆମେ ଏକ ମାସ ପର୍ଯ୍ୟନ୍ତ ଜଳଖିଆ ଖାଇବାରେ ଅବହେଳା କରିବା, ତେବେ ସେରୋଟୋନିନ୍ର ଲେବଲ ବାଧାପ୍ରାପ୍ତ ହୋଇଥାଏ । ଯେଉଁ କାରଣରୁ ଚିଡ଼ଚିଡ଼ାପଣ, ଚିନ୍ତା ଏବଂ ଡିପ୍ରେସନ ଲକ୍ଷଣ ମଧ୍ୟ ଦେଖାଦେଇଥାଏ ।
ଓଜନ ବଢ଼ିବା:- ସକାଳର ଜଳଖିଆ ଛାଡିବା ଦ୍ୱାରା ଓଜନର କମ ହେବା ବଦଳରେ ଓଜନ ବଢ଼ିବାକୁ ଲାଗିଥାଏ । ଯେତେବେଳେ ଆମେ ସକାଳର ଜଳଖିଆ କରିନଥାନ୍ତି, ଆମେ ପ୍ରାୟତଃ ମଧ୍ୟାହ୍ନ ଭୋଜନରେ ଅଧିକ ମାତ୍ରାରେ ଖାଇଥାନ୍ତି । ଯାହାଫଳରେ ଆମର ଓଜନ ବୃଦ୍ଧି ହେବାର ଆଶଙ୍କା ଅଧିକ ଥାଏ ।
ମେଟାବୋଲିକ୍:- ସକାଳର ଜଳଖିଆ ନକରିବା ଦ୍ୱାରା ଆମର ମେଟାବୋଲିକ ଆଶଙ୍କା ବଢ଼ିଯାଇଥାଏ । ଯାହା ହାର୍ଟଆଟକ୍ , ଷ୍ଟ୍ରୋକ୍ ଏବଂ ଟାଇପ-୨ ଡାଇବେଟିସ୍ ହେବାର ଆଶଙ୍କା ଅଧିକ ଥାଏ ।
ପୋଷକ ତତ୍ତ୍ୱର ଅଭାବ:- ସକାଳର ଜଳଖିଆ ଖାଇବା ଦ୍ୱାରା ଆମ ଶରୀରକୁ ଅତ୍ୟଧିକ ପୋଷକ ତତ୍ତ୍ୱ ମିଳିଥାଏ । ଯଦି ଆମେ ସକାଳର ଜଳଖିଆ ନଖାଇଥାନ୍ତି, ତେବେ ଭିଟାମିନ୍ , ମିନେରାଲ୍ସ ଏବଂ ଫାଇବର ଭଳି ପୋଷକ ତତ୍ତ୍ୱର ଅଭାବ ହୋଇପାରେ । ଯାହା ଅନେକ ରୋଗର କାରଣ ପାଲଟିଥାଏ । ସେଥିପାଇଁ ଯେଉଁମାନେ ସକାଳର ଜଳଖିଆ ନଖାଉଛନ୍ତି, ସେମାନେ ଏହି ସବୁ ସମସ୍ୟା ସମ୍ମୁଖୀନ ହୋଇପାରନ୍ତି ।
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର...