ସମାଜର ପ୍ରତିଷ୍ଠିତ ବୁଦ୍ଧିଜୀବୀ, ଯୁବ ବର୍ଗଙ୍କ ସମେତ କିଛି ବିଶେଷ ବର୍ଗ ସେଠାରେ ସାମିଲ ହେବେ । ୧୨ଟା ୨୦ସମୟରେ ରାଜ୍ୟ ବିଜେପି କାର୍ଯ୍ୟଳୟରେ ବିଧାୟକ, ମନ୍ତ୍ରୀ, ସାଂସଦ ଓ ରାଜ୍ୟ ପଦଧିକାରୀଙ୍କ ସହ ଏକ ବୈଠକରେ ଯୋଗଦେବେ ନଡ୍ଡା । ଦଳ ରାଜ୍ୟରେ ୧ କୋଟି ସଦସ୍ୟ ସଂଗ୍ରହର ଲକ୍ଷ୍ୟ ରଖିଥିବା ବେଳେ ନଡ୍ଡାଙ୍କ ଗସ୍ତ ଏହାକୁ ବଳ ଦେବ ବୋଲି କହିଛି ବିଜେପି । ସେପଟେ ଆଜି ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ୧୦୯ ତମ ଜୟନ୍ତୀ ଉପଲକ୍ଷେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ହୋଇଥିଲା ଶ୍ରଦ୍ଧାଞ୍ଜଳୀ ସଭା । ଆଉ ଅନ୍ୟପଟେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ଉପଲକ୍ଷେ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ । ପୋଖରୀପୁଟ ଠାରେ ଆୟୋଜିତ ସଭାରେ ଉପସ୍ଥିତ ଲୋକଙ୍କୁ ଦେଇଥିଲେ ଦଳରେ ସଦସ୍ୟତା।
ଏହି ଅବସରରେ ପୋଖରୀପୁଟ ଅଞ୍ଚଳର ଦଳୀୟ କର୍ମକର୍ତ୍ତା ରଶ୍ମିତା ସେଠୀଙ୍କ ଘରେ ପାରିବାରିକ ଭୋଜନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୨୪ ନିର୍ବାଚନରେ ବିଧାନସଭାରେ ବହୁମତ ପାଇ ପ୍ରଥମ ଥର ଏକାକୀ ସରକାର କରିଛି ବିଜେପି । ସେହିପରି ଲୋକସଭାରେ ପ୍ରମୁଖ ୨୧ରୁ ୨୦ ଆସନ ଜିତି ବିଜେଡିକୁ ଖାତା ଖୋଲିବାର ସୁଯୋଗ ଦେଇନି ଦଳ । ତେଣୁ ଆଗକୁ ଭୋଟ ପ୍ରତିଶତ ୫୦କୁ ବୁଦ୍ଧି କରିବା ପାଇଁ ଲକ୍ଷ୍ୟ ରଖିଛି ବିଜେପି। ଏଥିପାଇଁ ଏବେ ଠାରୁ ଆରମ୍ଭ ହୋଇଛି କସରତ ଏଥର ବିଧାନସଭା ନିର୍ବାଚନରେ ବିଜେପି 40.07 ପ୍ରତିଶତ ଭୋଟ ପାଇଥିବା ବେଳେ ଲୋକସଭାରେ ପାଇଛି 45.34 ପ୍ରତିଶତ..ବିଜେପି ସରକାରକୁ ତିନିମାସ ପୁରୁଥିବା ବେଳେ ବିଜେଡି ଓ କଂଗ୍ରେସ ମଧ୍ୟରେ ମେଣ୍ଟକୁ ନେଇ ଜୋର ଧରିଛି ଚର୍ଚ୍ଚା। ଯାହା ଆଗକୁ ୱାନ ଟୁ ୱାନ ଫାଇଟ ଆଡକୁ ଇଶାରା ଦେଉଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର