ଏଥିପାଇଁ ସରିଛି ପ୍ରସ୍ତୁତି ବୈଠକ । ଦଶହରାରେ ରାଜଧାନୀରେ ଟ୍ରାଫିକ, ଲ ଆଣ୍ଡ ଅର୍ଡର, ମେଲୋଡି ଓ ରାବଣପୋଡିକୁ ସମୟରେ ସବୁକିଛି କିଭଳି ସୁରୁଖୁରୁରେ ସମ୍ପନ୍ନ ହୋଇପାରିବ ତାହାକୁ ନେଇ ହୋଇଛି ବିସ୍ତୃତ ଆଲୋଚନା । ପୁଜାରେ କେହି ବଟି ମାଗିଲେ କି ଚାନ୍ଦା ପାଇଁ ଜବରଦସ୍ତି କଲେ ବନ୍ଧା ହେବେ ବୋଲି ରୋକ ଠୋକ ଚରମ ବାଣୀ ଶୁଣାଇଛି କମିସନରେଟ ପୋଲିସ। କେବଳ ସେତିକି ନୁହେଁ ସୁରୁଖୁରରେ ପାର୍ବଣ ଋତୁର ମଉଜ ଓ ସୁରକ୍ଷା ପାଇଁ ମୁତୟନ ହେବେ ମହିଳା ପୋଲିସ । ଗଳି ଗଳିରେ ଛକ ଛକରେ ସିସିଟିଭି ରେ ଛାଉଣୀ ହେବ ପୂଜା ମଣ୍ଡପ ।
ଭୁବନେଶ୍ୱରରେ ଏଥର ଲୋକେ ଦେଖିବେ ୧୭୧ ଟି ମୃଣ୍ମୟୀ ମୂର୍ତ୍ତି । ପୂର୍ବ ବର୍ଷ ଭଳି ଧୁମଧାମରେ ଦଶହରା ପାଳନ ହେବ ତାହାକୁ ନେଇ ଅଣ୍ଟା ଭିଡ଼ିଛି ପ୍ରଶାସନ। ଟ୍ରାଫିକ, ଲ ଆଣ୍ଡ ଅର୍ଡର, ପୋଲିସ ପାଇଁ ପାଲଟିଛି ବଡ଼ ଚ୍ୟାଲେଞ୍ଜ । ସେହିପରି ବିନା କେମିକାଲ ଓ ବିନା ପ୍ଲାଷ୍ଟିକରେ ମୂର୍ତ୍ତି ନିର୍ମାଣ କରିବାକୁ ଅନେକ ପୂଜା କମିଟି କହିଛନ୍ତି । ପୂଜା ମଣ୍ଡମରେ ଅନୁଷ୍ଠିତ ହେଉଥିବା ମେଲୋଡି କାର୍ଯ୍ୟକ୍ରମ ୧୦ ଟା ପରିବର୍ତ୍ତେ ୧୨ ଟା ସୁଦ୍ଧା ଶେଷ କରିବାକୁ କୁହାଯାଇଛି । ରାବଣ ପୋଡିବେଳେ ଶବ୍ଦ ପ୍ରଦୂଷଣ କରୁଥିବା ବାଣ କୁ ବ୍ୟବହାର ନକରିବାକୁ ନିବେଦନ କରାଯାଇଛି । ଭସାଣି ବେଳେ ଭାଇବ୍ରେଟ ମ୍ୟୁଜିକ, ଡିଜେ ବାରଣ କରାଯାଇଛି । ଅବକାରୀ ବିଭାଗକୁ ଚୋରା ମଦ କାରବାର ରୋକିବାକୁ ନିର୍ଦ୍ଦେଶ ସମନ୍ୱୟ ବୈଠକରେ ମତ ପ୍ରକାଶ ପାଇଛି । ବିଏମସି ପକ୍ଷରୁ ଡ୍ରେନେଜ ସମସ୍ୟାର ର ସମାଧାନ, ରାସ୍ତା ଘାଟ ମରାମତି ଓ ଅନ୍ୟାନ୍ୟ ସୁବିଧା ଯୋଗାଇବା ପାଇଁ ୩ କୋଟି ୩୫ ଲକ୍ଷର ଅନୁଦାନ ଦିଆଯାଇଛି । ସେହିପରି ବିଦ୍ୟୁତ ପାଇଁ ସିଙ୍ଗିଲ ମିଟର ବ୍ୟବସ୍ଥା, ଭ୍ରାମ୍ୟମାଣ ଟଏଲେଟ ବ୍ୟବସ୍ଥା ଓ ଅଗ୍ନିଶମ, ପାନୀୟ ଜଳ, ଖୋଳା ହୋଇଥିବା ରାସ୍ତାଘାଟ ନିର୍ମାଣ, ଗଛ କଟା ଆଦି ପ୍ରସଙ୍ଗରେ ବିଭିନ୍ନ ବିଭାଗର ସହଯୋଗ ଲୋଡିଥିଲେ ପୂଜା କମିଟି ସଦସ୍ୟ । ପାର୍ବଣ ବେଳେ ଆକ୍ଟିଭ ହୋଇପାରନ୍ତି ଲୁଟେରା । ରାଜଧାନୀରେ ଅପରାଧୀଙ୍କ ଉପରେ ନଜର ରଖିବା ପାଇଁ ଏବେଠୁ ଭୁବନେଶ୍ୱର ପୋଲିସ ସଜାଗ ଥିବା କହିଛନ୍ତି କମିଶନର ।
ଅଧିକ ପଢନ୍ତୁ ଓଡ଼ିଶା ଖବର