ପାଖେଇ ଆସୁଛି ଆଲୋକର ପର୍ବ ଦୀପାବଳି । ଏହି ଉତ୍ସବ ସମୟରେ ନିଜ ତ୍ୱଚାର ଚମକ ଦ୍ୱିଗୁଣିତ କରିବା ପାଇଁ ଘରେ ପ୍ରାକୃତିକ ଟୋନର ପ୍ରସ୍ତୁତ କରିପାରିବେ । ଏହାର କୌଣସି ପାଶ୍ୱର୍ପ୍ରତିକ୍ରିୟା ଦେଖାଦେଇନଥାଏ। ଚାଲନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ।
-ଅଧ କପ୍ ଏଲୋଭେରା ଜେଲ ଏବଂ କିଛି ଗୋଲାପ ଜଳ ମିଶାଇ ଟୋନର ପ୍ରସ୍ତୁତ କରନ୍ତୁ । ଆପଣ ଚାହିଁଲେ ଏହାଫ୍ରିଜରେ ରଖି ସପ୍ତାହରେ ୩-୪ ଥର ବ୍ୟବହାର କରିପାରିବେ ।
-କାକୁଡ଼ି ରସ ଏବଂ ଏଲୋଭେରା ଜେଲ ମିଶ୍ରଣରେ ପ୍ରସ୍ତୁତ ଟୋନର ସବୁଠୁ ଭଲ।
-କିଛି ନିମ୍ବ ପତ୍ରକୁ ପାଣିରେ ଫୁଟାନ୍ତୁ । ଅଧଘଣ୍ଟା ପରେ ଏହାକୁ ଥଣ୍ଡା କରି ଏକ କାଚ ବୋତଲରେ ରଖନ୍ତୁ । ଫ୍ରିଜରେ ମଧ୍ୟ ଏହାକୁ ଷ୍ଟୋର କରିପାରିବେ। ଆପଣ ଚାହିଁଲେ ଏଥିରେ ଆପଲ ସାଇଡର ଭିନେଗାର ମିଶାଇ ଟୋନର ପ୍ରସ୍ତୁତ କରନ୍ତୁ । ନିମ୍ବରେ ଥିବା ଔଷଧୀୟ ଗୁଣ ତ୍ୱଚାକୁ ସଂକ୍ରମଣରୁ ରକ୍ଷା କରିଥାଏ ।
ଶୁଷ୍କ ତ୍ୱଚା, ବ୍ରଣ ଦାଗ ହଟାଇବା ପାଇଁ ରାଇସ ଟୋନର ବ୍ୟବହାର କରିପାରିବେ । ଏଥିପାଇଁ ପ୍ରଥମେ ୧ କପ୍ ଚାଉଳକୁ ଅଳ୍ପ ପାଣିରେ ୫-୬ ଘଣ୍ଟା ପାଇଁ ଭିଜାଇ ରଖନ୍ତୁ । ପରେ ଏହାକୁ ଛାଣି ଏକ ଶିଶିରେ ଭର୍ତ୍ତି କରନ୍ତୁ । ଏହାକୁ ନିୟମିତ ସ୍ପ୍ରେ କିମ୍ବା ତୁଳା ସାହାଯ୍ୟରେ ଅଳ୍ପ ନେଇ ବ୍ୟବହାର କରନ୍ତୁ।
-ଆଣ୍ଟିଅକ୍ସିଡାଣ୍ଟରେ ଭରପୁର ଗ୍ରୀନ୍ ଟି ଯାହା ତ୍ୱଚାକୁ ମଇଶ୍ଚର ଲକ୍ କରିଥାଏ । ଏହା ବ୍ୟତୀତ ତ୍ୱଚାରୁ ଅତ୍ୟାଧିକ ତୈଳ ହ୍ରାସ କରବା ସହ ଫ୍ରି ରେଡିକାଲ୍ସରୁ ଦୂରେଇ ରଖିଥାଏ । ଗ୍ରୀନ୍ ଟି ଟୋନର ପାଇଁ ୨ଟି ଗ୍ରୀନ୍ ଟି ବ୍ୟାଗ୍ ନିଅନ୍ତୁ । ଗୋଟିଏ କପ୍ ପାଣିରେ ଏହାକୁ ମିଶାଇ ଫୁଟାନ୍ତୁ ଥଣ୍ଡା ହେଲା ପରେ ଏହାକୁ ଶିଶିରେ ଭର୍ତ୍ତି କରନ୍ତୁ କିମ୍ବା ତୁଳା ସାହାଯ୍ୟରେ ବ୍ୟବହାର କରନ୍ତୁ।
ଅଧିକ ପଢ଼ନ୍ତୁ ଜୀବନଶୈଳୀ ଖବର