ଅର୍ଗସ ବ୍ୟୁରୋ: ପାରାଦୀପ ଠାରୁ 150 କି.ମି ଦୂରରେ ବାତ୍ୟା ଦାନା । ଭୀଷଣ ବାତ୍ୟା ରୂପ ନେଇ ଉପକୂଳ ମୁହାଁ ‘ଦାନା’ । ଗତ ୬ ଘଣ୍ଟାରେ ୧୦ କି.ମି ବେଗରେ ଗତି କରୁଛି । ପାରାଦୀପର ଦକ୍ଷିଣପୂର୍ବକୁ ୧୫୦ କି.ମି ଦୂରରେ ବାତ୍ୟା । ଧାମରାର ଦକ୍ଷିଣ ଦକ୍ଷିଣ-ପୂର୍ବର ୧୮୦ କିମି ଦୂରରେ ଅବସ୍ଥିତି । ସାଗର ଦ୍ବୀପର ଦକ୍ଷିଣକୁ ୨୫୦ କି.ମି ଦୂରରେ ରହିଛି । ଆଜି ମଧ୍ୟରାତି ଓ କାଲି ସକାଳ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ଦାନା । ଭିତରକନିକା ଓ ଧାମରା ପାଖରେ ଲ୍ୟାଣ୍ଡଫଲ୍ ଆକଳନ ହୋଇଛି । ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୧୦୦ ରୁ ୧୨୦ କିମି ରହିବା ନେି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଅର୍ଗସ ବ୍ୟୁରୋ: ସ୍ଥଳ ଭାଗ ମୁହାଁ ବାତ୍ୟା। ସଚିବାଳୟରେ ଘନ ଘନ ବୈଠକ । ସ୍ଥିତିର ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ । ବିଭିନ୍ନ ମନ୍ତ୍ରୀ ବିଭାଗୀୟ ସଚିବ ଓ ଜିଳ୍ଲପାଳ ଙ୍କ ସହ ଆଲୋଚନା କରି ପ୍ରସ୍ତୁତି ବିଷୟରେ ବୁଝିଛନ୍ତି ମୁଖ୍ୟମନ୍ତ୍ରୀ । ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି 11 ଜିଲ୍ଲାର 38 ବ୍ଲକ ରେ ଥିବା 1653 ପଞ୍ଚାୟତ ଓ 9 ପୌରାଞ୍ଚଳ ପ୍ରଭାବିତ ହେବ । ଯାହାକୁ ଦୃଷ୍ଟିରେ ରଖି 3 ଲକ୍ଷ 62 ହଜାର କୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଗାଈ ଗୋରୁ ଙ୍କୁ ମଧ୍ୟ ସ୍ଥାନାନ୍ତରିତ କରାଯାଉଛି । ଯେଉଁମାନେ ସ୍ଥାନାନ୍ତରିତ ହୋଇ ଆସିଛନ୍ତି ସେମାନଙ୍କୁ 7285 ବାତ୍ୟା ଆଶ୍ରୟ ସ୍ଥଳୀରେ ରଖା ଯାଇଛି ।
ଯେଉଁଥିରେ 842 ଟି ବହୁ ମୁଖି ଓ 6043 ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳୀ ରହିଛି । ସେହିପରି 2 ହଜାର 338 ଗର୍ଭବତୀ ଙ୍କୁ ମେଡିକାଲ ସ୍ଥାନାନ୍ତିରତ କରାଯାଇଛି । ବାତ୍ୟା ମୁକାବିଲା ପାଇଁ NDRFର 19ଟି ଟିମ ,ଓଡ୍ରାଫର 51,ଅଗ୍ନିଶମର 220 ଟିମ ଓ 158 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଅଛନ୍ତି | ଗାଁ ରେ ପୋଲିସ ପେଟ୍ରୋଲିଙ୍ଗ ହେଉଛି | | ହସ୍ପିଟାଲ ରେ ବ୍ୟାପକ ପାୱାର ସପ୍ଲାଇ ପାଇଁ ବ୍ୟବସ୍ଥା ହୋଇଛି | ବାତ୍ୟା ଲ୍ୟାଣ୍ଡ ପଲ ପରେ ବିଦ୍ୟୁତ ସଂଯୋଗ ପାଇଁ ଟିମ ପ୍ରସ୍ତୁତ ଅଛି | 11 ଟି ଜିଲ୍ଲା କୁ ସଚିବ ସ୍ତରୀୟ IAS ମାନେ ପ୍ରଭାବିତ ଜିଲ୍ଲାର ଗାଁ କୁ ଯାଇ ତଦାରଖ କରୁଛନ୍ତି |
ସେପଟେ ରାଜସ୍ୱ ମନ୍ତ୍ରୀ କହିଛନ୍ତି ଭଦ୍ରକ, ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଜିଲ୍ଲା ରେ ବାତ୍ୟା ର ପ୍ରବାବ ବେଶୀ ରହିବ ତେଣୁ ସେହି ଜିଲ୍ଲା ରେ ସ୍ଥାନାନ୍ତରିତ ପ୍ରକ୍ରିୟା ବେଶୀ କରାଯାଇଛି । 300 ରେସକ୍ୟୁ ଟିମ ର ସହଯୋଗ ସହ ଭୋଜନ ର ବ୍ୟବସ୍ଥା କରିଛି ଜିଲ୍ଲା ପ୍ରଶାସନ ।
ଅନ୍ୟପଟେ ପ୍ରାଣୀ ସମ୍ପଦ ମନ୍ତ୍ରୀ କହିଛନ୍ତି ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକରେ 60 ହଜାର ପଶୁଙ୍କୁ ଆଶ୍ରୟ ସ୍ଥଳୀକୁ ଅଣାଯିବା ପାଇଁ ବ୍ୟବସ୍ଥା ହୋଇଛି । 1 ହଜାର ଗାଈଗୋରୁ ଆଶ୍ରୟ ସ୍ଥଳୀ ହୋଇଛି । 1 ହଜାର ଟନ୍ କୁଣ୍ଡା, ଶୁଖିଲା ଖାଦ୍ୟ, ଘାସ ବ୍ୟବସ୍ଥା ହୋଇଛି । ପଶୁ ଅସୁସ୍ଥ ବା ଆଘାତ ହେଲେ 1962କୁ ଯୋଗାଯୋଗ କରନ୍ତୁ । 166 ଟି ମୋବାଇଲ ଭେଟ୍ରେନାରୀ ୟୁନିଟ ଭ୍ୟାନ ବ୍ୟବସ୍ଥା ହୋଇଛି । 294 ଭେଟନାରୀ ଅଧିକାରୀ ପ୍ରସ୍ତୁତ ଅଛନ୍ତି।
202 ଟି ରାପିଡ଼ ରେସ୍ପନ ଟିମ ପ୍ରସ୍ତୁତ ଅଛନ୍ତି । ଲାଇଭ ସେଭିଂ ଟିମ 14 ଟି ଜିଲ୍ଲାରେ ଅଛନ୍ତି । 1862 ଲାଇଭ ଷ୍ଟକ ଇନିସ୍ପେକ୍ଟର ପ୍ରସ୍ତୁତ ଅଛନ୍ତି । ସାଗର ମିତ୍ର ମାନେ ମତ୍ସ୍ୟଜିବୀ ଏବଂ ଲୋକଙ୍କୁ ସମୁଦ୍ରକୁ ନଯିବା ପାଇଁ ବାର୍ତ୍ତା ଦେବା ସହ ସୁରକ୍ଷିତ ଜାଗାକୁ ଆଣିବାକୁ କାମ କରୁଛନ୍ତି । ପଘାରେ ଗାଈ ଗୋରୁଙ୍କୁ ନବାନ୍ଧି ଉଚ୍ଚ ସ୍ଥାନକୁ ଆଣିବା ପାଇଁ ନିବେଦନ କଲେ ପ୍ରାଣୀ ସମ୍ପଦ ମନ୍ତ୍ରୀ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ବାତ୍ୟା ‘ଦାନା’ ଶକ୍ତିଶାଳୀ ହୋଇ ସ୍ଥଳଭାଗ ମୁହାଁ ହୋଇଛି। ‘ଦାନା’ପ୍ରଭାବରେ ତୁହାକୁ ତୁହା ବର୍ଷା ସହିତ ପବନ ବେଗ ମଧ୍ୟ ଧୀରେଧୀରେ ବଢ଼ିବାରେ ଲାଗିଛି। ଓଡ଼ିଶା ପରି ପଶ୍ଚିମବଙ୍ଗରେ ବି ‘ଦାନା’ର ପ୍ରଭାବ ଦେଖିବାକୁ ମିଳିବ।
ରାଜ୍ୟରେ ‘ଦାନା’ ଲ୍ୟାଣ୍ଡଫଲ୍ କରିବା ପୂର୍ବରୁ ଅନେକ ଉପକୂଳବର୍ତ୍ତୀ ଜିଲ୍ଲାରୁ ପ୍ରାୟ ୧୦ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଓଡ଼ିଶାର ଅଧିକାରୀମାନେ ଅନବରତ କାର୍ଯ୍ୟ କରୁଛନ୍ତି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କହିଛି ଯେ ଏହି ବାତ୍ୟା ଆଜି ସକାଳ ୫.୩୦ ସୁଦ୍ଧା ସାଗର ଦ୍ୱୀପ (ପଶ୍ଚିମବଙ୍ଗ) ଠାରୁ ୩୫୦ କିଲୋମିଟର ଦକ୍ଷିଣରେ ରହିଥିଲା। ଓଡ଼ିଶାର ଉଭୟ ଭିତରକନିକା ଜାତୀୟ ଉଦ୍ୟାନ ଏବଂ ଧାମରା ବନ୍ଦର ମଧ୍ୟରେ ବାତ୍ୟା ଲ୍ୟାଣ୍ଡ୍ଫଲ୍ କରିବ ବୋଲି କରାଯାଉଛି।
ଗୁରୁବାର ଏବଂ ଶୁକ୍ରବାର ଦିନ ପଶ୍ଚିମବଙ୍ଗରେ ବିଶେଷ କରି ଉତ୍ତର ଏବଂ ଦକ୍ଷିଣ ୨୪ ପରଗାନା, ପୂର୍ବ ଏବଂ ପଶ୍ଚିମ ମେଦିନୀପୁର, ଝରାଗ୍ରାମ, କୋଲକାତା, ହାୱଡ଼ା ଏବଂ ହୁଗଳି ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଚେତାବନୀ ଦେଇଛି।
କୋଲକାତା ବିମାନବନ୍ଦର ଗୁରୁବାର ସନ୍ଧ୍ୟା ୬ଟାରୁ ଆସନ୍ତାକାଲି ସକାଳ ୯ଟା ପର୍ଯ୍ୟନ୍ତ ବିମାନ ଚଳାଚଳ ସ୍ଥଗିତ ରଖା ଯାଇଥିବା ବେଳେ ଭୁବନେଶ୍ୱର ବିମାନବନ୍ଦର ଆଜି ଅପରାହ୍ନ ୫ଟାରୁ ଶୁକ୍ରବାର ସକାଳ ୯ଟା ପର୍ଯ୍ୟନ୍ତ କାର୍ଯ୍ୟ ସ୍ଥଗିତ ରଖିବ। ଦୁଇ ପଡୋଶୀ ରାଜ୍ୟ ଦେଇ ଚାଲୁଥିବା ପ୍ରାୟ ୨୦୦ ଟ୍ରେନକୁ ବାତିଲ କରାଯାଇଛି।
ବୁଧବାର ସନ୍ଧ୍ୟା ସୁଦ୍ଧା ଓଡ଼ିଶାରେ ପ୍ରାୟ ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବାବେଳେ ପଶ୍ଚିମବଙ୍ଗ ୧.୧୪ ଲକ୍ଷରୁ ଅଧିକ ଲୋକଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି।
ଅଧିକ ପଢ଼ନ୍ତୁ ଭାରତ ଖବର