ଶୋଇବା ସମୟରେ ଶରୀରର ପ୍ରତିରକ୍ଷା ପ୍ରଣାଳୀ ସକ୍ରିୟ ହୋଇଯାଏ । ଯାହା ଆମକୁ ପର ଦିନ ସତେଜ କରିଵାରେ ସାହାଯ୍ୟ କରିଥାଏ । ଦିନ ସାରା କାମ ହେତୁ ମସ୍ତିଷ୍କରେ ନିର୍ଗତ ରାସାୟନିକ ପଦାର୍ଥ ଏହା ଶରୀରରେ ପରିବର୍ତ୍ତନ ଆଣିଥାଏ । ଯାହାକୁ ଆମେ ସମସ୍ତେ ପ୍ରତିଦିନ ଅନୁଭବ କରୁ ।
ଆହୁରି ପଢନ୍ତୁ ଜୀବନଶୈଳୀ ଖବର...
ବେଳେ ବେଳେ ଚିନ୍ତା ଶରୀରରେ ପରିବର୍ତ୍ତନ ହେତୁ ରକ୍ତଚାପ କେତେବେଳେ ବୃଦ୍ଧି ହୁଏ ତ କେତେବେଳେ କମିଯାଏ । କିନ୍ତୁ ଯେତେବେଳେ ଆମେ ଗଭୀର ନିଦ୍ରାରେ ଥାଉ ଶରୀରର ସ୍ୱୟଂଶାସିତ ସ୍ନାୟୁ ପ୍ରଣାଳୀ ଏହାର କାର୍ଯ୍ୟ କରେ । ଶୋଇବା ସମୟରେ ଏହି ସମସ୍ତ କାର୍ଯ୍ୟ ଏକ ଚେତାଶୂନ୍ୟ ଅବସ୍ଥାରେ କରାଯାଏ । ତେଣୁ ପ୍ରତିଦିନ ୬ ରୁ ୮ ଘଣ୍ଟା ଶୋଇବା ନିହାତି ଆବଶ୍ୟକ ।
ଖରାଦିନେ ତ୍ୱଚା ପାଇଁ ଉପଯୋଗୀ ଡାଳିମ୍ବ
ନିଦର ଅଭାବରେ ଇନସୁଲିନ୍ ପ୍ରତିରୋଧ ଏବଂ ହରମୋନ୍ ମଧ୍ୟ ବଢାଇଥାଏ । ଏକ ରିପୋର୍ଟ ଅନୁଯାୟୀ, କିଛି ଦିନ ଧରି ଶୋଇବା କାରଣରୁ ଜଣେ ସୁସ୍ଥ ବ୍ୟକ୍ତି ପ୍ରଥମେ ପ୍ରି-ଡାଇବେଟିସ୍ ଏବଂ ପରେ ମଧୁମେହ ରୋଗୀ ହୋଇଯାଏ । କେବଳ ଏତିକି ନୁହେଁ ଅନିଦ୍ରା ଧମନୀକୁ ଅବରୋଧ କରିପାରେ ଏବଂ DNA କୁ ମଧ୍ୟ କ୍ଷତି ପହଞ୍ଚାଇପାରେ ଯାହା ଜେନେଟିକ୍ ପରିବର୍ତ୍ତନ ସହିତ କର୍କଟ ରୋଗ ମଧ୍ୟ ସୃଷ୍ଟି କରିପାରେ ।
ସେଥିପାଇଁ ଭଲ ନିଦରେ ଶୋଇବା ସ୍ୱାସ୍ଥ୍ୟ ପାଇଁ ନିହାତି ଆବଶ୍ୟକ । ଆଉ ଏହାର ସଚେତନତା ପାଇଁ ଆଜି ଅର୍ଥାତ ମାର୍ଚ୍ଚ 15କୁ 'ବିଶ୍ୱ ଶୋଇବା ଦିବସ' ପାଳନ କରାଯାଉଛି । ଯାହାଦ୍ଵାରା ଲୋକମାନେ ନିଦର ମହତ୍ତ ଵୁଝିପାରିଵେ । ଯଦି ଆପଣ ରାତିରେ ଭଲ ନିଦରେ ଶୋଉଛନ୍ତି ତେବେ ଆପଣଙ୍କୁ ତା ପହର ଦିନଟି ଆକ୍ଟିଭ୍ ଲାଗିବା ସହ ଭଲ ଭାବରେ କଟିବ ।