ଯଦି ଦେଖାଯାଏ ତେବେ , କେବଳ ଯୁବପିଢୀ ନୁହେଁ ବିଭିନ୍ନ ବର୍ଗର ଲୋକଙ୍କର ଚୁଟି ଝଡିବା ସମସ୍ୟା ଲାଗି ରହିଥାଏ । ରିପୋର୍ଟ କହୁଛି, ଭାରତର ସମୁଦାୟ ଲୋକସଂଖ୍ୟାରୁ ପ୍ରାୟ ୪୦ ପ୍ରତିଶତ ଲୋକଙ୍କର ଚୁଟି ଝଡିବା ସମସ୍ୟା ଦେଖା ଦେଇଥାଏ । ଯାହାର ମୁଖ୍ୟ କାରଣ ହେଉଛି ହରମୋନ ଅସନ୍ତୁଳନ । ସେଥିରୁ ୫୦ ପ୍ରତିଶତ ପୁରୁଷଙ୍କର ଚୁଟି ଝଡୁଥିବା ବେଳେ ଥିବା ବେଳେ ୨୦ରୁ ୩୦ ପ୍ରତିଶତ ମହିଳାଙ୍କର ଚୁଟି ଝଡିବା ସମସ୍ୟା ଲାଗି ରହିଥାଏ । ପ୍ରାୟ ୭ ଜଣ ପୁରୁଷଙ୍କ ମଧ୍ୟରୁ ୧ ଣଙ୍କର ଚନ୍ଦାପଣ ସମସ୍ୟା ଦେଖା ଦେଇଥାଏ । ଏବଂ ୩ରୁ ୪ ପ୍ରତିଶତ ଛୋଟ ଛୁଆଙ୍କର ଫଙ୍ଗାଲ ଇନଫେକସନ ଯୋଗୁଁ ଚୁଟି ଉପୁଡିଥାଏ ।
୨୫ ବର୍ଷରୁ କମ ବୟସର ପୁରୁଷଙ୍କର ଚୁଟି ଝଡୁଥିବା ସଂଖ୍ୟା ୫୦.୩୧ ପ୍ରତିଶତ । ତେବେ ଏପରି ଚୁଟି ଝଡିବାର କାରଣ ହେଉଛି, ପ୍ରବଳ ଚାପ, ଶୋଇବାରେ ଅନିୟମିତତା , ହଠାତ ଓଜନ କମ । ସେହିପରି ମହିଳାଙ୍କ କ୍ଷେତ୍ରରେ ମଧ୍ୟ ଅତ୍ୟଧିକ ଡାଏଟ, ଚୁଟିରେ ବିଭିନ୍ନ ପ୍ରକାରର କେମିକାଲ ବ୍ୟବହାର ଚୁଟି ଝଡିବାର କାରଣ ଅଟେ । ସେହିପରି ଜେନେଟିକ ସମସ୍ୟା ଯୋଗୁଁ ମଧ୍ୟ ଚୁଟି ଝଡିବା ସମସ୍ୟା ଦେଖାଦେଇଥାଏ । ତେବେ ଚୁଟିପାଇଁ ବିଭିନ୍ନ ଋତୁରେ ବିଭିନ୍ନ ପ୍ରକାରର ଯତ୍ନ ନିଆଯାଏ ।
ସେହିପରି ବର୍ଷାଦିନେ ମଧ୍ୟ ଆପଣ କିଛି ଘରୋଇ ଜିନିଷରେ ହିଁ ଆପଣ ନିଜ ଚୁଟିର ଯତ୍ନ ନେଇ ପାରିବେ । ଏହି ଋତୁରେ ସୋରିଷ ତେଲ ଚୁଟି ପାଇଁ ବେଶ ଉପାଦାୟକ । ସୋରିଷ ତେଲରେ ଭିଟାମିନ-E,ଓମେଗା -୩ ଏବଂ ଫ୍ୟାଟି ଏସିଡ ରହିଥାଏ । ଯାହା ଚୁଟିକୁ ଭିତରୁ ମଜବୁତ କରାଇଥାଏ । ଯଦି ହାଲକା ଉଷୁମ କରି ଆପଣ ଏହାକୁ ଚୁଟି ମୂଳରେ ଲଗାଉଛନ୍ତି, ତାହା ବେଶ ଚୁଟି ପାଇଁ ଲାଭଦାୟକ । ଏଥିରେ ଆପଣ ଦହି ବି ମିଶାଇ ଲଗାଇପାରିବେ । ଲଗାଇବାର ଗୋଟେ ଘଣ୍ଟା ପରେ ଏକ ଭଲ ଆୟୁର୍ବେଦିକ ସାମ୍ବୋ ଦ୍ବାରା ଚୁଟି ଧୋଇଦେବେ । ମାତ୍ର କିଛି ଦିନରେ ହିଁ ଆପଣଙ୍କ ଚୁଟି ଝଡିବା କମିଯିବ । ଏହି ଉଭୟ ପୁରୁଷ ତଥା ମହିଳାଙ୍କ ପାଇଁ ଲାଭଦାୟକ । ଏପରି ସପ୍ତାହରେ ୨ ଥର କଲେ ଚୁଟି ଝଡିବା ସମସ୍ୟାରୁ ଆପଣ ମୁକ୍ତି ପାଇବେ ।