ଅର୍ଗସ ବ୍ୟୁରୋ: ଗୁଜରାଟରେ ଭୁଶୁଡିଲା ନିର୍ମାଣାଧୀନ ବୁଲେଟ୍ ଟ୍ରେନ୍ ବ୍ରିଜ୍ର ଢାଞ୍ଚା । ଦୁର୍ଘଟଣାରେ ୩ ଶ୍ରମିକ ମୃତ, ଜଣେ ଗୁରୁତର । ଗୁଜୁରାଟର ଆନନ୍ଦ ଜିଲ୍ଲା ଭସାଡ୍ ନିକଟରେ ମୁମ୍ବାଇ ଅହମ୍ମଦାବାଦ ବୁଲେଟ୍ ଟ୍ରେନ୍ କରିଡୋରରେ ଏହି ଦୁର୍ଘଟଣା ହୋଇଛି । ଅସ୍ଥାୟୀ ଭାବେ ନିର୍ମିତ ଷ୍ଟିଲ ଓ କଂକ୍ରିଟ୍ର ଏହି ଢାଞ୍ଚା ଭୁଶୁଡି ପଡିବା ଫଳରେ 4 ଜଣ ଶ୍ରମିକ ଏଥିରେ ଫସି ରହିଥିଲେ । ସେମାନଙ୍କ ମଧ୍ୟରୁ 3 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଜଣେ ଗୁରୁତର ଅବସ୍ତାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି ।
ଅର୍ଗସ ବ୍ୟୁରୋ : ଡୋନାଲ୍ଡ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି । ବନ୍ଧୁ ସମ୍ବୋଧନ କରି ଏକ୍ସରେ ଶୁଭେଚ୍ଛା ଜଣାଇଲେ ମୋଦି । ଐତିହାସିକ ବିଜୟ ପାଇଁ ଶୁଭେଚ୍ଛା ଜଣାଇଲେ ମୋଦି । ସେ ଲେଖିଛନ୍ତି, 'ଆଗାମୀ ଦିନରେ ଭାରତ-ଆମେରିକା ସଂପର୍କ ଆହୁରି ସୁଦୃଢ଼ ହେବ' । ବିଶ୍ବରେ ଶାନ୍ତି, ସ୍ଥିରତା ଓ ସୌହାର୍ଦ୍ଦ୍ୟ ବଜାୟ ରଖିବାକୁ ମିଶି କାମ କରିବା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ଅଧିକ ପଢନ୍ତୁ : ଆମେରିକାର 47ତମ ରାଷ୍ଟ୍ରପତି ହେବେ ଡୋନାଲ୍ଡ ଟ୍ରମ୍ପ୍
ଆମେରିକାର ରାଷ୍ଟ୍ରପତି ନିର୍ବାଚନ ରେସ୍ରେ ବାଜି ମାରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ରିପବ୍ଲିକାନ୍ ପାର୍ଟିର ପ୍ରାର୍ଥୀ ତଥା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ପ୍ରତିଦ୍ୱନ୍ଦ୍ୱୀ କମଲା ହାରିସଙ୍କୁ ହରାଇଛନ୍ତି। ଦ୍ବିତୀୟ ଥର ଆମେରିକାର ରାଷ୍ଟ୍ରପତି ହେବେ ଡୋନାଲ୍ଡ ଟ୍ରମ୍ପ୍ । ହ୍ବାଇଟ୍ ହାଉସକୁ ଟ୍ରମ୍ପଙ୍କ ଜୋରଦାର ପ୍ରତ୍ୟାବର୍ତ୍ତନ । ବିଜୟ ପରେ ନିଜ ସମର୍ଥକଙ୍କ ପାଖରେ ପହଞ୍ଚିଛନ୍ତି ଡୋନାଲ୍ଡ ଟ୍ରମ୍ପ। ଆମେରିକାବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ବିଜୟ ଭାଷଣ ଦେଇଛନ୍ତି। ନିଜର ବିଜୟକୁ ଐତିହାସିକ ଓ ଅବିଶ୍ବସନୀୟ କହିଲେ ଟ୍ରମ୍ପ। `ଆମେରିକାର ଭବିଷ୍ୟତ ଲାଗି କାମ କରିବି'।`ମୋର ପ୍ରତ୍ୟେକଟି ମୁହୂର୍ତ୍ତ ଆମେରିକା ପାଇଁ ସମର୍ପିତ।'`ଆମେରିକା ଲାଗି ଏକ ସ୍ବର୍ଣ୍ଣିମ ମୁହୂର୍ତ୍ତ ଆସିଛି'।
ଅର୍ଗସ ବ୍ୟୁରୋ: ପଦ୍ମ ଧରିଲେ ସୁନନ୍ଦା । ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସାମିଲ ହୋଇଛନ୍ତି ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ଏବଂ ସ୍ୱାମୀ ଦେବେନ୍ଦ୍ର ଦାସ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସାମିଲ ହେଲେ । ଗତ କିଛି ତଳେ ବିଜେଡି ନେତୃତ୍ବ ବିରୋଧରେ ଅଭିଯୋଗ ଆଣି ଦଳ ଛାଡିଥିଲେ ।
ଅଧିକ ପଢ଼ନ୍ତୁ ଓଡିଶା ଖବର...