ରାଜସ୍ଥାନ ରାଜନୀତିର ସବୁଠୁ ବିତର୍କିତ ରାଜ୍ୟ । ଯେଉଁଠାରେ ପ୍ରତି ପାଞ୍ଚ ବର୍ଷରେ ଥରେ ବଦଳେ ସରକାର । ସେଥିପାଇଁ ଏଥର ବିଜେପି ସରକାର । ଗୁଜରାଟ ପରି ମଧ୍ୟ ପ୍ରଦେଶରେ ମଧ୍ୟ ବିଜେପିର ବିକାଶ ମଡେଲ୍ ସବୁବେଳ ଥାଏ ଚର୍ଚ୍ଚାରେ । ଏଥର ଚର୍ଚ୍ଚା ଏକଜିଟ୍ ପୋଲର ଆକଳନ ବିଜେପି କେବଳ ୧୮ ବର୍ଷ ପରେ ବି ନିଜ କବଜାରେ ରଖିବନି ବରଂ ବରଂ ରେକର୍ଡ ଭାଙ୍ଗି ସର୍ବାଧିକ ଆସନ ହାତେଇବ । କଂଗ୍ରେସର ମଧ୍ୟ ପ୍ରଦେଶରେ ସରକାର ଗଢ଼ିବା ଦାବି ପମ୍ପଚର ହେବା ନିଶ୍ଚିତ ବୋଲି ଏକଜିଟ୍ ପୋଲର ଆକଳନ କହୁଛି ।
ଛତିଶଗଡ଼ରେ ଯଦିଓ କଂଗ୍ରେସ ସରକାର ନେଇ ଏକଜିଟ୍ ପୋଲ୍ ଆକଳନ କରାଯାଇଛି ତଥାପି କଂଗ୍ରେସର କମବ୍ୟାକର ଜୋରଦାର ପ୍ରଚେଷ୍ଟା ଭିତରେ ବିଜେପି-କଂଗ୍ରେସର ହୋଇଛି ଘମାଘୋଟ ଲଢ଼େଇ । ଗତଥର ଅପେକ୍ଷା ବିଜେପିର ଭୋଟ୍ ପ୍ରତିଶତ ଅଭୂତପୂର୍ବ ଭାବେ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି । ଶାସନରେ ଥାଇ ବି ଲଢ଼େଇରେ କଂଗ୍ରେସ-ବିଜେପି ମଧ୍ୟରେ କାଣ୍ଟେ କା ଟକ୍କର ହୋଇଥିବା ଅଧିକାଂଶ ଏକଜିଟ୍ ପୋଲ୍ ଆକଳନ କରିଛନ୍ତି । ସେପଟେ ତେଲଙ୍ଗାନାରେ ବିଆରଏସକୁ ମାତ୍ ଦେଇ କଂଗ୍ରେସ ସର୍ବାଧିକ ଆସନ ହାତେଇବା ନେଇ ଆକଳନ କରାଯାଇଛି ।
ଏଥର ସବୁ ଏକଜିଟ୍ ପୋଲର ଭିନ୍ନ ଭିନ୍ନ ଆକଳନ ଅନେକଙ୍କ ମଧ୍ୟରେ ସସପେନ୍ସ ବଢ଼ାଇଛି । ହେଲେ ଆଗାମୀ ୧୮ ଘଣ୍ଟା ମଧ୍ୟରେ ଚାରିଟି ଯାକ ରାଜ୍ୟର ପିକଚର୍ କ୍ଲିଅର ହୋଇଯିବ । କଂଗ୍ରେସର ସ୍ଥାନୀୟ ନେତାଙ୍କ ଦବଦବା ରହୁଛି କି ନାହିଁ ତାହା ମଧ୍ୟ ସ୍ପଷ୍ଟ ହେବ । ଏସବୁ ଭିତରେ ବିଜେପି ସଙ୍ଗଠନକୁ ଆହୁରି ସଶକ୍ତ କରି ୨୪ ଫାଇନାଲକୁ ଓହ୍ଲାଇବ । ସେଥିପାଇଁ ଆମ ପ୍ରତିନିଧିମାନେ ବି ହାଇଦ୍ରାବାଦରୁ ଜୟପୁର, ଭୋପାଳରୁ ରାୟପୁର ସବୁଠୁ ଆପଣଙ୍କୁ ଟିକିନିଖି ଅପଡେଟ୍ ଦେବା ପାଇଁ ଅର୍ଗସ ବି ତୟାର ।
ଅଧିକ ପଢନ୍ତୁ ଭାରତ ଖବର